ETV Bharat / state

ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ 5 ଶ୍ରମିକ ବନ୍ଧକ - ତେଲେଙ୍ଗାନାରେ ଦାଦନ ବନ୍ଧକ

ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ତେଲେଙ୍କନାରେ ନିର୍ଯାତନାର ଶିକାର ହେଲେ ଗୋଟିଏ ପରିବାରର ୫ ସଦସ୍ୟ। ଉଦ୍ଧାର ପାଇଁ ଜିଲ୍ଲାପ୍ରଶାସନ ନିକଟରେ ପରିଲୋକଙ୍କ ନିବେଦନ । ଅଧିକ ପଢନ୍ତୁ

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ତେଲେଙ୍ଗାନାରେ ଦାଦନ ବନ୍ଧକ

author img

By

Published : Dec 19, 2021, 8:53 AM IST

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ତେଲେଙ୍ଗାନାରେ ଓଡିଶା ଦାଦନଙ୍କୁ ବନ୍ଧକ । ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତନାର ଶିକାର ହେଲେ ଗୋଟିଏ ପରିବାରର ୫ ସଦସ୍ୟ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରାଣୀବାହାଲ ଗାଁରୁ। ଏବେ ଉକ୍ତ ୫ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ ।

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ତେଲେଙ୍ଗାନାରେ ଦାଦନ ବନ୍ଧକ

ସୂଚନାଅନୁଯାୟୀ, ଗତ ୪ମାସ ତଳେ ଗାଁର ନୀଲାମ୍ବର ଶବରଙ୍କୁ କୋକସରା ଥାନା ଅଞ୍ଚଲର ଲକ୍ଷ୍ମୀକାନ୍ତ ନାଏକ ଓ ବଂଶୀଧର ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ କହିଥିଲେ । ଏହାପରେ ନୀଲାମ୍ବର ଶବର ଓ ତାଙ୍କ ପତ୍ନୀ ଜୟନ୍ତୀ ମାଝୀ, ଦୁଇ ପୁଅ ଓ ଝିଅକୁ ନେଇ ତେଲେଙ୍ଗାନାର ଚେରିଏଲ ଥାନା ତାଡାପାଳିର ଏକ ଇଟା ଭାଟିକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ୨ ଦଲାଲ ଇଟା ଭାଟି ମାଲିକକୁ ଦାଦନ ଯୋଗାଇ ଦେଇ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଏହାପରେ ଇଟାଭାଟି ମାଲିକ ନିଲମ୍ବର ଓ ତାଙ୍କ ପରିବାରକୁ ଟଙ୍କା ମାଗିବା ସହ ନିର୍ଯାତନା ଦେଇ ବନ୍ଦୀ କରି ରଖିଛନ୍ତି । ଏନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ବନ୍ଧକ ଥିବା ପରିବାରକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ପରିବାର ଲୋକେ। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଯଥାଶୀଘ୍ର ଜିଲ୍ଲା ଶ୍ରମ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.