ETV Bharat / state

ଗରିବ ଲୋକଙ୍କ ଅଜାଣତରେ ଜମି ଲୁଟ, ୫ ମାଫିଆଙ୍କୁ ବାନ୍ଧିଲା ପୋଲିସ

author img

By

Published : Jul 7, 2022, 7:16 AM IST

କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ଡ଼ାକବାହାଲି ଗାଁର ନରୋତ୍ତମ ଗୌଡ଼ଙ୍କ ଜମିକୁ ଜାଲିଆତି କରି ବିକ୍ରି କରିଥିବା ଥାନାରେ ଅଭିଯୋଗ । ୫ଜଣ ଜମି ମାଫିଆଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଗରିବ ଲୋକଙ୍କ ଅଜଣାତରେ ଜମି ଲୁଟ, ୫ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା: ଜମି ଜାଲିଆତି ନେଇ ଥାନାରେ ଅଭିଯୋଗ । ୫ଜଣ ଜମି ମାଫିଆଙ୍କୁ ଗିରଫ କଲା ପୋଲିସ । କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ଡ଼ାକବାହାଲି ଗାଁର ନରୋତ୍ତମ ଗୌଡ଼ଙ୍କ ଜମିକୁ ଜାଲିଆତି କରି ବିକ୍ରି କରିଥିବା ଥାନାରେ ଅଭିଯୋଗ କରିଥିଲେ । ଗିରଫ ପାଞ୍ଚ ଜମି ମାଫିଆ ହେଉଛନ୍ତି ନରେଶ ପ୍ରଧାନୀ,ଆଶୁତୋଷ ପାଣିଗ୍ରାହୀ,କୁନା ପାତ୍ର,ଅନ୍ତର୍ଯ୍ୟାମୀ ପଣ୍ଡା ଓ ଡ଼ାକବାହାଲି ଗାଁର ମକରନ୍ଦ ।

ସୂଚନାଅନୁଯାୟୀ, ନରୋତ୍ତମ ଗୌଡ଼ଙ୍କ ନାଁରେ ୪ ଏକର ୩୩ ଡିସମିଲ ଚାଷ ଜମି ରହିଥିଲା, କିଛି ଦିନ ତଳେ ସେହି ଗାଁରେ ଜମି ମାଫିଆ ଜମି କିଣା ବିକା କରୁଥିବାରୁ ସେ ନିଜ ଜମିକୁ ଯାଞ୍ଚ କରାଇଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ୪ ଏକର ୪୦ ଡିସମିଲରୁ ୧ ଏକର ୩୦ ଡିସମିଲ ପ୍ରଦୀପ ଜୈନ ଓ କ୍ଷେତ୍ର ମୋହନ ହୋତା ନାଁରେ ଅଛି । ପରେ ତାଙ୍କ ଜମି ଜାଲିଆତି କରି ବିକ୍ରି କରି ଦିଆଯାଇଥିବା ନେଇ ନରୋତ୍ତମ ଜମି କିଣିଥିବା ବ୍ୟକ୍ତିଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ । ଏହାପରେ ସେ ଦଲାଲଙ୍କ ଠାରୁ ଜମି କିଣି ଥିବା ଜାଣିପାରି ନରୋତ୍ତମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଭବାନୀପାଟଣା ସହରର ୫ ଜଣ ଜମି ମାଫିଆଙ୍କୁ ଗିରଫ କରିଥିଲା ।

ପ୍ରଥମେ ଏମାନେ ନରୋତ୍ତମ ନାଁରେ ଅନ୍ୟ ଜଣେ ଲୋକଙ୍କୁ ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ନେଇ ସେଠାରେ ବିକ୍ରୟ କବଲା ପ୍ରସ୍ତୁତ କରି ଦୁଇଜଣ ଲୋକଙ୍କୁ ବିକ୍ରି କରିଛନ୍ତି ଜମି ମାଫିଆ । ପୋଲିସ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ଜମିକୁ କିଭଳି ଜାଲିଆତି କଲେ ଜମି ମାଫିଆ । ପ୍ରକୃତ ଜମି ମାଲିକଙ୍କ ଅଜାଣତରେ କିଭଳି ବିକ୍ରୟ କବଲା ପ୍ରସ୍ତୁତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ରେ ସମ୍ଭବ ହେଲା।ତେବେ ଏଥିରେ ଅନେକ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଖୁଲମ ଖୁଲା ଜଣାପଡୁଥିବା ବେଳେ ଏନେଇ ପୋଲିସ ଜିଲ୍ଲା ସବ ରେଜିଷ୍ଟ୍ରର ଅଧିକାରୀଙ୍କୁ ମଧ୍ୟ ଜେରା କରିବା ସହ ନୋଟିସ ଜାରି କରିଛି । ଏନେଇ ବୁଧବାର ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବିଜୟ କୁମାର ନନ୍ଦ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.