ETV Bharat / state

ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇ 2 ପୂର୍ବତନ ସାଂସଦଙ୍କ ବିରୋଧରେ ମାମଲା ରୁଜୁ

ଆଦିବାସୀ ଜମି କିଣାବିକା ଆଇନକୁ କୋହଳ କରାଯିବା ଭଳି ମନ୍ତବ୍ୟ ଦେଇ ଫଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଅଧିକ ପଢନ୍ତୁ...

author img

By

Published : Jun 21, 2020, 12:44 PM IST

ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ଦୁଇ ପୂର୍ବତନ ସାଂସଦଙ୍କ ବିରୁଦ୍ଧରେ ଏତଲା ରୁଜୁ

ଭବାନୀପାଟଣା: ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉଭୟଙ୍କୁ ଗିରଫ ଦାବି । ଆଦିବାସୀ ଯୁବ ସଂଗଠନ କଳାହାଣ୍ଡି ଆଦିସ୍କନ୍ଧ ସମାଜ ବୀର କମଲ ମୈଦାନ ଅସୁରଗଡ ଓ ଆଦିବାସୀ ସଂଘ ନର୍ଲା ପକ୍ଷରୁ ଏହି ଦାବି କରାଯାଇଛି । ପୂର୍ବତନ ସାଂସଦ ଦ୍ବୟଙ୍କ ନାଁରେ ପୃଥକ ପୃଥକ 2ଟି ମାମଲା ରୁଜୁ କରି ଉଭୟଙ୍କୁ ଗିରଫ ପାଇଁ ନର୍ଲା ଥାନାରେ ଏତଲା ଦିଆଯାଇଛି ।

କିଛି ଦିନ ପୂର୍ବେ ଉଭୟ ସାଂସଦ ପ୍ରେସମିଟ୍ ମାଧ୍ୟମରେ ଆଦିବାସୀ ଜମି କିଣାବିକା ଆଇନକୁ କୋହଳ କରାଯାଉ ଯାହାଦ୍ବାରା ଆଦିବାସୀ ମାନେ ସହଜରେ ଜମି ବିକ୍ରି କରିପାରିବେ ବୋଲି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏହି ମନ୍ତବ୍ୟକୁ ରାଜ୍ୟ ସାରା ସବୁ ଆଦିବାସୀ ସଂଗଠନ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହି କ୍ରମରେ ନର୍ଲା ଆଦିବାସୀ ସଂଗଠନ ପକ୍ଷରୁ ପ୍ରତିବାଦ କରିବା ସହ ଏତଲା ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.