ETV Bharat / state

ଜାଲ ସାର୍ଟଫିକେଟ ଦେଇ ଡାକ ବିଭାଗରେ ଚାକିରି, ଜେଲ୍‌ ଗଲେ ବାପା ପୁଅ - ପୁଅ ଡାକମାଷ୍ଟର ଓ ବାପା ସ୍କୁଲ୍ ମାଷ୍ଟର ଗିରଫ

ଜାଲ ସାର୍ଟଫିକେଟ ମାମଲାରେ ବାପାପୁଅକୁ ଗିରଫ କଲା ପୋଲିସ । ନକଲି ପ୍ରମାଣପତ୍ର ଦେଇ ଡାକମାଷ୍ଟର ଚାକିରି କରିଥିଲା ପୁଅ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By

Published : Aug 13, 2023, 7:41 AM IST

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟଫିକେଟ କାରବାର । ଜାଲ ସାର୍ଟଫିକେଟ ଦେଇ ହଜାର ହଜାର ଯୁବକ ଯୁବତୀ ଚାକିରି ହାତଉ ଥିବା ବେଳେ ଯୋଗ୍ୟା ଯୁବକ ଯୁବତୀ ଚାକିରି ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି । ନକଲି ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଘଟଣାରେ ବାପା-ପୁଅକୁ ଗିରଫ । ଅଭିଯୁକ୍ତ ପୁଅ ଡାକମାଷ୍ଟର ଓ ବାପା ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ବାପା ପୁଅକୁ ଗିରଫ ପରେ ଏହି ଚେର କେଉଁ ଆଡେ ଲମ୍ବିଛି ତାର ଖୋଳତାଡ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବରେ କାମ କରନ୍ତି । ପଦ୍ମନାଭଙ୍କ ପୁଅ ପ୍ରଭାତ ମହାନନ୍ଦ ମଧ୍ୟ ଗ୍ରାମୀଣ ଡାକମାଷ୍ଟର ଭାବରେ ନିଯୁକ୍ତି ପାଇଥିଲେ । ପଦ୍ମନାଭ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଥିବା ଏବଂ ଜାଲ ସାର୍ଟଫିକେଟ ମାଧ୍ୟମରେ ଡାକ ବିଭାଗରେ ଅନେକ ଯୁବକ ଯୁବତୀ ଚାକିରି ପାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ, ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୋର୍ଡ କର୍ତ୍ତୃପକ୍ଷ ଯାଞ୍ଚ କରିବା ସମୟରେ ପ୍ରଭାତ ମହାନନ୍ଦଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡିଥିଲା । ଏହାପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏନେଇ ଏକ ଏତଲା ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....Fake Certificate:ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ଗିରଫ ହୋଇଥିଲେ ଅଧ୍ୟାପକ

ପଦ୍ମନାଭ ମହାନନ୍ଦ ନକଲି ପ୍ରମାଣପତ୍ର ଯୋଗାଇ ଦେଉଥିବା ସହ ଜାଲ ସାର୍ଟଫିକେଟ ମାଧ୍ୟମରେ ତାଙ୍କ ପୁଅ ଚାକିରି ପାଇଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ଜାଲ ସାର୍ଟଫିକେଟ କାରବାର ମାମଲାରେ ବାପାପୁଅ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏହା ପୂର୍ବରୁ ମଧ୍ୟ ନକଲି ପ୍ରମାଣପତ୍ର ଦେଇ ଡାକ ବିଭାଗରେ ଚାକିରି କରିଥିବା ଛନକ ବାଗଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି । ଏହାସହ ଡାକ ବିଭାଗର ଅନ୍ୟ ୩ ଜଣ କର୍ମଚାରୀ ନକଲି ଯୋଗ୍ୟତା ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ଜଣା ପଡ଼ିବା ପରେ ୩ ଜଣ ଫେରାର ମାରିଥିଲେ । ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରିବା ସହ ଏହାକୁ ନେଇ ଅଧିକ ତନାଘନା କରୁଛି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.