ETV Bharat / state

କୋରାପୁଟ ପରେ କଳାହାଣ୍ଡି ପାଳି, କଫିଚାଷ କରି ସ୍ୱାବଲମ୍ବୀ ହେବେ ଅଞ୍ଚଳବାସୀ - coffee farming in kalahandi

କଫି ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ କଫି ଚାଷ
କଳାହାଣ୍ଡିରେ କଫି ଚାଷ
author img

By

Published : Aug 10, 2023, 9:39 PM IST

କଳାହାଣ୍ଡିରେ କଫି ଚାଷ

ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କଫି ଚାଷ । ପୁଣି ଥରେ ଜିଲ୍ଲାରେ କଫି ଚାଷ ଆରମ୍ଭ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୧୯୮୦ ମସିହାରେ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିଆସିଥିଲା । କିନ୍ତୁ ସେ ସମୟରେ ସଚେତନତାର ଅଭାବ ଯୋଗୁଁ ଅଞ୍ଚଳରେ କଫି ଚାଷ ଲୋପ ପାଇବାକୁ ବସିଥିଲା । ଥୁଆମୂଳ ରାମପୁର ରାସ୍ତା ଉପରେ ଥିବା କଫି ଗଛ ହେଉଛି ଏହାର ଜ୍ଵଳନ୍ତ ଉଦାହରଣ ।

ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୦ରୁ ଉର୍ଦ୍ଧ୍ବ କଫି ଗଛ ଏହି ଅଞ୍ଚଳର କଫି ଇତାହାସର ମୁକ ସାକ୍ଷୀ । ତେବେ ଦୀର୍ଘ ବର୍ଷ ପରେ ପୁଣି କଫି ଚାଷ ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପରେ ଥୁଆମୂଳ ରାମପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୩୦୦ ଏକର ଜମିରେ କଫି ଚାଷ ଆରମ୍ଭ ହୋଇଛି । ଏହାସହ ୨୦୦ ଏକର ଜମିରେ କଫି ଚାରା ଉତ୍ପାଦନ କରାଯାଉଛି ।

ଏହା ବି ପଢନ୍ତୁ...କୋରାପୁଟରେ ସମ୍ଭ୍ରାନ୍ତ ସିବେଟ କ୍ୟାଟ କଫି, କପେ କଫିର ଦାମ ୩୫୦୦ ଟଙ୍କା

ଓଡ଼ିଶାର କୋରାପୁଟ କଫି ଦେଶ ତଥା ବିଦେଶରେ ବେଶ ସୁନାମ ଅର୍ଜନ କରିଛି । କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଜଳଛାୟା ବିଭାଗର ଅଧିକାରୀମାନଙ୍କୁ ଡାକି କଫି ଚାଷ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମନରେଗା ଯୋଜନା, କଫି ବୋର୍ଡ, ଡିଏମଏଫ ଫଣ୍ଡ ଦ୍ବାରା ଜଳଛାୟା ବିଭାଗ ପକ୍ଷରୁ କଫି ଚାଷ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁଥିରେ ଅଞ୍ଚଳର ଲୋକେ କଫି ବଗିଚାର ରକ୍ଷଣାବେକ୍ଷଣ କରି ରୋଜଗାରକ୍ଷମ ହୋଇପାରିଛନ୍ତି ।

ଥୁଆମୂଳ ରାମପୁର ବ୍ଲକର କାଣିଗୁମା, ଗୋପିନାଥପୁର ପଞ୍ଚାୟତର ବଡବଫ୍ଲା, ମହୁଲ ପାଟଣା ପଞ୍ଚାୟତର ଉପର ଚବରି ଓ ମହୁଲପାଟଣାରେ କଫି ଚାଷ ଆରମ୍ଭ ହୋଇଛି। ଏନେଇ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି,"କଫି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଚାଷୀଙ୍କୁ ନେଇ ପ୍ରଡ୍ୟୁସର ଗୋଷ୍ଠୀ ଗଠନ କରି ମୃତ୍ତିକା ସଂରକ୍ଷଣ କମିଟି ଦ୍ଵାରା କଫି ଚାଷ ନିମନ୍ତେ ଆହୁରି ପଦକ୍ଷେପ ଗ୍ରହଣ କରାଯିବ । କଫି ଚାଷୀମାନଙ୍କୁ ବିନା ମୂଲ୍ୟରେ କଫି ଚାରା ରାଜ୍ୟ ସରକାର ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ।" ସେପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.