ETV Bharat / state

ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଚାଷୀଙ୍କ ଧାରଣା - କଳାହାଣ୍ଡି ଜିଲ୍ଲାରେ ଚାଷୀ ପ୍ରତିବାଦ

ଭବାନୀପାଟଣା ବ୍ଲକ ଥୁଆପଦର ପଂଚାୟତରେ ଧାରଣାକୁ ଓହ୍ଲାଇଲେ ଚାଷୀ । ବର୍ଷା ଅଭାବରୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି । ପଢନ୍ତୁ ଅଧିକ.....

ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଚାଷୀଙ୍କ ଧାରଣା

author img

By

Published : Nov 24, 2020, 6:29 PM IST

ଭବାନୀପାଟଣା: ଭବାନୀପାଟଣା ବ୍ଲକ ଥୁଆପଦର ପଂଚାୟତକୁ ସଂପୂର୍ଣ୍ଣ ମରୁଡ଼ି ପ୍ରଭାବିତ ଘୋଷଣା କରିବା ସହ ଧାନ ମଣ୍ଡି ବନ୍ଦ ଦାବିରେ ସ୍ଥାନୀୟ ଚାଷୀ ଥୁଆପଦର ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି ।

ଭବାନୀପାଟଣା ବ୍ଲକର ଚାରୋଟି ପଞ୍ଚାୟତର ଥୁଆପଦର, ତେନ୍ତୁଳିଖୁଣ୍ଟି, ଡୁଙ୍ଗୁରିପଦର, କୁସୁମଖୁଣ୍ଟି, ଭୀମଡଙ୍ଗା, ଗୋଇପିଟ୍ଟା ସମେତ ଅନେକ ଗାଁ ଅଣ ଜଳସେଚିତ ଅଞ୍ଚଳ ହୋଇଥିବାବେଳେ ବର୍ଷା ଅଭାବରୁ ମରୁଡ଼ିରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଚାଷୀଙ୍କ ଧାରଣା

ଏଣୁ ସେ ସମସ୍ତ ଅଞ୍ଚଳକୁ ମରୁଡି ପ୍ରଭାବିତ ଘୋଷଣା କରାଯିବା ସହ ପ୍ରଭାବିତ ଚାଷୀଙ୍କୁ ସରକାରୀ ସହାୟତା ପାଇଁ ଦାବି ହୋଇଛି । ଏହାସହ ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିକୁ ମଧ୍ୟ ବାତିଲ କରିବାକୁ ଦାବି କରିଛନ୍ତି ଚାଷୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.