ଭବାନୀପାଟଣା: ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । ପ୍ରତ୍ୟେକ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନ୍ନଦାତା । ହେଲେ ଚାଷୀଙ୍କ ସମସ୍ୟାର ରୋକ୍ ଲଗାଇ ପାରୁ ନାହାନ୍ତି ସରକାର । ଯାହାକୁ ନେଇ ଏବେ ରାଜରାସ୍ତାରେ ଅନ୍ନଦାତାଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ବ୍ୟାନର ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ଆଜି କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ପରିଷଦ ପକ୍ଷରୁ କପା ଓ ଧାନ ର ସର୍ବନିମ୍ନ ମୁଲ୍ୟ ୩ ହଜାର ଓ କପାର ସହାୟକ ମୁଲ୍ୟ ୧୨ ହଜାର କରିବା ନେଇ ଆଜି ଏଫ୍ସିଆଇ ଓ ସିସିଆଇ କାର୍ଯ୍ୟାଳୟ ନିକଟରେ ଶତାଧିକ ଚାଷୀ ଏକତ୍ରିତ ହୋଇଥିଲେ ।
ଅନ୍ୟପଟେ ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ପରିଷଦ ପକ୍ଷରୁ ଧାନର ସର୍ବନିମ୍ନ ମୁଲ୍ୟ ୩ ହଜାର ଟଙ୍କା, କପାର ସର୍ବନିମ୍ନ ମୁଲ୍ୟ ୧୨ ହଜାର ଟଙ୍କା ଓ ସମସ୍ତ ଚାଷୀଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଇଛି । ଏଥିସହ ଉଚିତ ସମୟରେ ପ୍ରାପ୍ୟ ପ୍ରଦାନ ନେଇ କେସିଙ୍ଗା ଏଫ୍ସିଆଇ ଓ ସିସିଆଇ କେସିଙ୍ଗା ବଲାଙ୍ଗୀର ଛକଠାରୁ ଶତାଧିକ ଚାଷୀ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଏଫ୍ସିଆଇ ଓ ସିସିଆଇ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ତେବେ ଦୀର୍ଘ ଦିନ ଧରି ଧାନ ଓ କପାର ମୂଲ୍ୟକୁ ନେଇ ଚାଷୀ ନ୍ୟାୟ ପାଇ ପାରୁନାହିଁ । କେନ୍ଦ୍ର ସରକାର ଜାଣିଶୁଣି ଏହି ଦୁଇ ଶସ୍ୟର ସହାୟକ ମୁଲ୍ୟ ବୃଦ୍ଧି କରୁ ନାହିଁ । କପା ଏକ ବ୍ୟୟ ବହୁଳ ଚାଷ । କିନ୍ତୁ ଉଚିତ ପ୍ରାପ୍ୟ ପାଉ ନାହିଁ ଚାଷୀ । ଯାହାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା କହିଛନ୍ତି ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ପରିଷଦ ସଭାପତି ସାମନ୍ତ ଖମାରୀ ।
ଇଟିଭି ଭାରତ, କଳାହାଣ୍ଡି