ETV Bharat / state

ବିକ୍ରୀ ହୋଇପାରୁନି ଫଳ ରାଜା ଆମ୍ବ, ଚିନ୍ତାରେ ଚାଷୀ - ଆମ୍ବ

ଚଳିତ ବର୍ଷ ଭଲ ଆମ୍ବ ଉତ୍ପାଦନ ହୋଇଥିଲେ ମଧ୍ୟ ରାଜ୍ୟରେ ଲକଡାଉନ ଓ ସଟଡାଉନ ପାଇଁ କ୍ଷତି ସହିଛନ୍ତି ଆମ୍ବ ଚାଷୀ । ଅଧିକ ପଢନ୍ତୁ...

ଫଳ ରାଜା ଆମ୍ବର ଅଭାବୀ ବିକ୍ରି
ଫଳ ରାଜା ଆମ୍ବର ଅଭାବୀ ବିକ୍ରି
author img

By

Published : May 28, 2021, 11:09 AM IST

Updated : May 28, 2021, 11:57 AM IST

ଭବାନୀପାଟଣା: ଫଳର ରାଜା ଆମ୍ବ । ଆମ୍ବ ଖାଇବାକୁ କାହାକୁ ବା ଭଲ ନ ଲାଗେ । ଖରାଦିନ ଆସିଲେ ଗଛରେ ଆମ୍ବ ପାଚେ ସେହି ଆମ୍ବକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରେ ଚାଷୀ । ଆମ୍ବ ପାଟିକୁ ଯେମିତି ସୁଆଦ ଲାଗେ ସେହିପରି ଆମ୍ଭ ଚାଷ ମଧ୍ୟ ଚାଷୀକୁ ବେଶ ଦୁଇ ପଇସା ରୋଜଗାର କରାଇଥାଏ । ମାତ୍ର କୋରୋନାର କଳା ବାଦଲ ତଳେ ଅନେକ ଆମ୍ବ ଚାଷୀ କ୍ଷତି ସହିଛନ୍ତି । କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ହଜାର ହଜାର କ୍ୱିଣ୍ଟାଲ ଆମ୍ଭ ଉତ୍ପାଦନ ହୋଇଛି ମାତ୍ର ବେପାରୀ ନ ଆସିବାରୁ କ୍ଷତି ସହିଛନ୍ତି ଆମ୍ବ ଚାଷୀ ।

ଫଳ ରାଜା ଆମ୍ବର ଅଭାବୀ ବିକ୍ରି

ଧାନ ଓ ପିଆଜ ପରେ କଳାହାଣ୍ଡିରେ ଫଳରାଜା ଆମ୍ବର ଅଭାବୀ ବିକ୍ରି ହୋଇଛି । ଜାହାଙ୍ଗିର, ଗୁଲବଖସ, ମଳିକା,ବାଇଗଣ ଫଳି,କଳାପାହାଡ଼, ଭଳି ୬୦ରୁ ଅଧିକ କିସମର ଆମ୍ଭ ଚାଷ ହୋଉଛି । ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଚାଷୀ ଆମ୍ଭ ଉତ୍ପାଦନ କରିଛନ୍ତି । ମାତ୍ର ସବୁ ବୃଥା ହୋଇଛି । ନାଁ ଆମ୍ବ ବିକ୍ରି ହୋଉଛି ନାଁ ଚାଷୀଙ୍କୁ ସେମାନଙ୍କ ପାରିଶ୍ରମିକ ମିଳୁଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ନାହିଁ କି ଜାତୀୟ ବଜାର ସହ ବିକ୍ରୀ ସଂଯୋଗ ମଧ୍ୟ ନାହିଁ । ତେଣୁ ଅଭାବୀ ବିକ୍ରିର ଶୀକାର ହୋଉଛନ୍ତି ଚାଷୀ । 150ଟଙ୍କା ଆମ୍ବ ଦର କଳାହାଣ୍ଡିରେ ମାତ୍ର କିଲୋପ୍ରତି 20ଟଙ୍କାରେ ବିକ୍ରି ହେଉଛି ।

ଚଳିତ ବର୍ଷ ଆମ୍ବର ଭଲ ଉତ୍ପାଦନ ହୋଇଥିଲେ ଲାଭ ବଦଳରେ କ୍ଷତି ସହିଛି ଚାଷୀ । ଉତ୍ପାଦନ ଭଲ ଥିଲେ ବି ଚାଷୀଙ୍କ ପାଇଁ ଲାଭ ଶୂନ । କୋରୋନା କାୟାରେ ରାଜ୍ୟରେ ଲକଡାଉନ ଓ ସଟଡାଉନର ପ୍ରଭାବ ପଡିଛି ଆମ୍ବ ବ୍ୟବସାୟ ଉପରେ । ରାଜ୍ୟ ବାହାରୁ ବ୍ୟବସାୟୀ ନ ଆସି ପାରୁଥିବାରୁ ଆମ୍ବ ବିକ୍ରି ନ କରି ନପାରି କ୍ଷତି ସହିଛି ଚାଷୀ । ଗୋଟେ ପଟେ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ଆଉ ଅନ୍ୟପଟେ ଲକଡାଉନର ଶକ୍ତ ମାଡ଼ରେ ଏବେ ଘାଇଲା ଆମ୍ବ ଚାଷୀ । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି ଚାଷୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

Last Updated : May 28, 2021, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.