ETV Bharat / state

ମଣ୍ଡି ଆରମ୍ଭରୁ ସମସ୍ୟାରେ ଚାଷୀ: ମୋବାଇଲକୁ ମେସେଜ ଆସୁଛି, ଟୋକନ ମିଳୁନି

author img

By

Published : May 24, 2020, 1:17 PM IST

ଗତ ଖରିଫ ଋତୁରେ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବାରେ ସମସ୍ୟା ଭୋଗୀ ଥିଲେ ଆଉ ଏବେ ରବି ଋତୁରେ ମଧ୍ୟ ସେଇ ସମାନ ଅବସ୍ଥା । ମେ ୧୦ ତାରିଖରୁ ଧାନ ମଣ୍ଡି ଖୋଲିଛି କିନ୍ତୁ ଆରମ୍ଭରୁ ହିଁ ଦେଖାଦେଇଛି ସମସ୍ୟା। ଅଧିକ ପଢନ୍ତୁ...

farmers-have-been-in-trouble-since-the-beginning-of-the-mandi

କଳାହାଣ୍ଡି: ଚାଷୀଙ୍କ ପିଛା ଛାଡୁନି ସମସ୍ୟା। ଗତ ଖରିଫ ଋତୁରେ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବାରେ ସମସ୍ୟା ଭୋଗୀ ଥିଲେ ଆଉ ଏବେ ରବି ଋତୁରେ ମଧ୍ୟ ସେଇ ସମାନ ଅବସ୍ଥା । ମେ ୧୦ ତାରିଖରୁ ଧାନ ମଣ୍ଡି ଖୋଲିଛି କିନ୍ତୁ ଆରମ୍ଭରୁ ହିଁ ଦେଖାଦେଇଛି ସମସ୍ୟା। ଚଳିତ ରବି ଚାଷ ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୬ ଲକ୍ଷ ୨୩ ହଜାର ୫୦୦ କ୍ବିଣ୍ଟାଲ ଧାନ କିଣିବା ପାଇଁ ରହିଛି ଟାର୍ଗେଟ । ଜିଲ୍ଲାର ୩୩ ହଜାର ୭୬୬ ଜଣ ଚାଷୀ ପଞ୍ଜୀକୃତ କରି ଟୋକନ ପାଇଛନ୍ତି।

ମଣ୍ଡି ଆରମ୍ଭରୁ ହିଁ ସମସ୍ୟାରେ ଚାଷୀ

ସେହିପରି ଧାନ ସଂଗ୍ରହ ପାଇଁ ୧୩୩ ଟି ମଣ୍ଡି ଖୋଲିବାକୁ ଥିବାବେଳେ ଏଯାଏଁ ପ୍ରାୟ ୨୨ ଟି ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲୁ ଖୋଲୁ ହିଁ ଚାଷୀଙ୍କ ପାଇଁ ସମସ୍ୟା ମୁଣ୍ଡ ଟେକିଛି। କେଉଁ ମଣ୍ଡିରେ ଟୋକନ ଗାଏବ ହୋଇଯାଇଛି ତ ଆଉ କେଉଁଠି ଆସିଛି ବସ୍ତାରେ ୫ ରୁ ୬ କିଲୋ ଧାନ କଟନି ଛଟନି ଭଳି ଅଭିଯୋଗ।

ଏଯାଏଁ ସମସ୍ତ ମଣ୍ଡି କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଯେତିକି ବି ମଣ୍ଡି ଖୋଲିଛି ସେଥିରେ ଦେଖା ଦେଇଛି ଅବ୍ୟବସ୍ଥା। ଧର୍ମଗଡ଼ ବ୍ଲକର ତରାପୁର ମଣ୍ଡିରେ ୧୦୯ ଜଣ ଚାଷୀଙ୍କ ଟୋକନ ଗାଏବ ହୋଇଯାଇଥିଲା । ଚାଷୀମାନେ ଅନଲାଇନ ପଞ୍ଜୀକରଣ ପରେ ଚଳିତ ମାସରେ ଧାନ ବିକ୍ରି କରିବା ପାଇଁ ମୋବାଇଲରେ ମେସେଜ ପାଇଥିଲେ। ଏଥିପାଇଁ ଅମଳ ଧାନକୁ ମଣ୍ଡି ଆଗରେ ଗଦା କରିଥିଲେ କିନ୍ତୁ ଧାନ ବିକ୍ରି କରିବା ତାରିଖ ଆସିଲା ବେଳକୁ ମଣ୍ଡି ତାଲିକାରେ ନାହିଁ ଚାଷୀଙ୍କ ନାମ।

ଧାନବିକ୍ରି ନ ହୋଇ ମଣ୍ଡି ଆଗରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ଧାନ ବସ୍ତା । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ ପରେ ଧର୍ମଗଡ଼ ଉପଜିଲ୍ଲାପାଳ କହିଛନ୍ତି ଏହି ସମସ୍ୟା ପାଇଁ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି। କେଉଁଠି ପଞ୍ଜୀକୃତ ଚାଷୀଙ୍କ ଟୋକନ ଗାଏବ ହୋଇଯାଇଛି ତ ଆଉ କେଉଁଠି କଟନି ଛଟନି ଅଭିଯୋଗ । ଏମିତିରେ ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ ଥିବା ଟାର୍ଗେଟ କିପରି ପୁରାଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ?

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.