ETV Bharat / state

ମଣ୍ଡିରେ ଗଜା ହେଲାଣି ଧାନ, ହନ୍ତସନ୍ତ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଅନେକ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ମୌସୁମୀ ବର୍ଷା ଭିଜି ଗଜା ହେବାକୁ ବସିଲାଣି ଧାନ । ଅଧିକ ପଢନ୍ତୁ...

author img

By

Published : Jun 18, 2021, 10:10 AM IST

ମଣ୍ଡିରେ ଗଜା ହେଲାଣି ଧାନ
ମଣ୍ଡିରେ ଗଜା ହେଲାଣି ଧାନ

ଭବାନୀପାଟଣା: ରାଜ୍ୟରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟ ଅନ୍ୟପଟେ ବିଭାଗର ଅଣଦେଖାରେ ଦୁଃଖ ପାଉଛି ଚାଷୀ । ମଣ୍ଡିରେ ଅବ୍ୟବସ୍ଥା ନେଇ ଖରା ବର୍ଷା ସହି ଅମଳ ଚାଷୀ ଅମଳ କରିଥିବା ଧାନ ଏବେ ଖତ ଖାଇବାକୁ ବସିଲାଣି । ଚାଷୀର ଏପରି ଅବସ୍ଥା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

ମଣ୍ଡିରେ ଗଜା ହେଲାଣି ଧାନ

ରବି ଋତୁରେ ଅମଳ ହୋଇଥିବା ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଟୋକନ ଅବ୍ୟବସ୍ଥା ନେଇ ମଣ୍ଡିରେ ପଡି ରହିଛି ଚାଷୀର ବସ୍ତାବସ୍ତା ଧାନ । ବର୍ଷା କବଳରୁ ଧାନରୁ ସୁରକ୍ଷା ଦେବା ପାଇଁ ମଧ୍ୟ ମଣ୍ଡି ପକ୍ଷରୁ କିଛି ବ୍ୟବସ୍ଥା କରାଯାଇନାହିଁ । ଫଳରେ ମଣ୍ଡିରେ ଧାନ ଓଦା ହୋଇ ଗଜା ହେବାକୁ ବସିଲାଣି । କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଋତୁରେ ଧାନ ସଂଗ୍ରହ ପାଇଁ ୧୨୮ଟି ମଣ୍ଡି ମାଧ୍ୟମରେ ୨୪ ଲକ୍ଷ ୨୬ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ତେବେ ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ ୧୩ ହଜାର ୩୩୧ କ୍ବାଣ୍ଟାଲ ଧାନ କ୍ରୟ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଟୋକନ ଲାପ୍ସ ହେବା କାରଣରୁ ମଣ୍ଡିରେ ପଡି ରହିଥିବା ଧାନ ମୌସୁମୀ ବର୍ଷା ଭିଜି ଗଜା ହେବାକୁ ବସିଲାଣି। ଯାହାକୁ ନେଇ ଚାଷୀ ଏବେ କଟନି ଛଟନିର ଶିକାର ହେଉଛି । ଗତ ୧୦ ଦିନ ହେବ ଜିଲ୍ଲାରେ ମୌସୁମୀ ବର୍ଷା ଲାଗି ରହିଛି, ଫଳରେ ମଣ୍ଡିରେ କୌଣସି ବ୍ୟବସ୍ଥା ନଥିବା କାରଣରୁ ଧାନ ନଷ୍ଟ ହେଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ରାଜ୍ୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରୁଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ମଣ୍ଡି ବ୍ୟବସ୍ଥା ସୁଚାରୁ ରୂପେ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି । ତେବେ ଚାଷୀଙ୍କର ଏହି ସମସ୍ୟା ଦିଗରେ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

କଲାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.