ETV Bharat / state

ଜଳସେଚନର ବ୍ୟବସ୍ଥା ନେଇ ତହସିଲଦାର କାର୍ଯ୍ୟାଳୟ ଘେରିଲେ ଚାଷୀ - ତହସିଲଦାରଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ପଞ୍ଚାୟତରେ ଜଳସେଚନର ବ୍ୟବସ୍ଥା ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ଅଧିକ ପଢ଼ନ୍ତୁ

ଜଳସେଚନର ବ୍ୟବସ୍ଥା ନେଇ ତହସିଲଦାର କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Jun 4, 2022, 5:45 PM IST

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ, ଦେଦର ଓ ବଙ୍କାପଲାସ ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ । ଏହି ୩ଟି ପଞ୍ଚାୟତରେ କୌଣସି ଜଳସେଚନର ବ୍ୟବସ୍ଥା ନାହିଁ । କେବଳ ବର୍ଷା ଉପରେ ସମ୍ପୂର୍ଣ୍ଣ ଭରସା ରଖି ଚାଷ କରିଥାନ୍ତି ଚାଷୀ । ଗତ ୨୦୨୧ ମସିହାରେ ସ୍ଵଳ୍ପ ବର୍ଷା କାରଣରୁ ଭୟଙ୍କର ମରୁଡି ସ୍ଥିତି ଦେଖାଦେଇଥିଲା । ଫଳରେ ଏହି ତିନି ପଞ୍ଚାୟତରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଚାଷୀ ମରୁଡି ସମ୍ପର୍କରେ କୃଷି ବିଭାଗକୁ ମଧ୍ୟ ଅବଗତ କରାଇଥିଲେ । ଯାହାପରେ ବିଭାଗ ପକ୍ଷରୁ ତଦନ୍ତ ମଧ୍ୟ ହୋଇଥିଲା ।

ଜଳସେଚନର ବ୍ୟବସ୍ଥା ନେଇ ତହସିଲଦାର କାର୍ଯ୍ୟାଳୟ ଘେରିଲେ ଚାଷୀ

ହେଲେ ଆଜି ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳିପାରି ନାହିଁ । ମରୁଡି କାରଣରୁ ଲୋକେ ଗାଁ ଛାଡି ଦାଦନ ଖଟିବାକୁ ପଳାୟନ ହେଉଛନ୍ତି । ତେଣୁ ଚେକ ଡ୍ୟାମ ନିର୍ମାଣ କରି ଉଠାଜଳସେଚନର ବ୍ୟବସ୍ଥା କରି ମରୁଡ଼ିର ସ୍ଥାୟୀ ପ୍ରତିକାର ଦାବିରେ ଆଜି ଜୁନାଗଡ଼ ତହସିଲଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଚାଷୀ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.