ଭବାନୀପାଟଣା: ଟୋକନ ଲ୍ୟାପ୍ସ ଯୋଗୁଁ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି । ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ରି-ଜେନେରେଟ ହେଉନାହିଁ ଚାଷୀଙ୍କ ଲ୍ୟାପ୍ସ ଟୋକାନ । ଫଳରେ ମାସ ମାସ ଧରି ମଣ୍ଡିରେ ପଡି ରହିଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ।
ଅନ୍ୟ ପଟେ ଖୋଲା ଆକାଶ ତଳେ ପଡି ରହିଥିବା ଧାନ ବର୍ଷାରେ ଭିଜି ଗଜା ମଧ୍ୟ ହେଲାଣି ତଥାପି ଚେତା ପଶୁନାହିଁ ପ୍ରଶାସନର । ଶେଷରେ କୌଣସି ଉପାୟ ନପାଇ ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଚାଷୀ । କଳାହାଣ୍ଡି ଜିଲ୍ଲା ମୋଟେର ଜୟପାଟଣା ରାସ୍ତାର ଗୁନଗୁନିଆ ଛକ ନିକଟରେ ଠାରେ ଆଜି ଚାଷୀ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ଯାନବାହନ ଛିଡା ହୋଇ ରହିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ