ETV Bharat / state

ଚାଷଜମିରେ ଜଳସେଚନ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

author img

By

Published : Oct 4, 2019, 4:41 PM IST

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଞ୍ଚାୟତରେ ଥିବା ପାଖାପାଖି ୭୦୦ ହେକ୍ଟର ଚାଷଜମିକୁ କେନାଲରୁ ପାଣି ଯୋଗାଣରେ ବ୍ୟାହତ ହେଉଛି । ଏନେଇ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି ।

ଫଟୋ ସୌଜନ୍: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଚାଷ ଜମିକୁ ପାଣି ଯୋଗେଇ ଦେବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଞ୍ଚାୟତରେ ଥିବା ପାଖାପାଖି ୭୦୦ ହେକ୍ଟର ଚାଷଜମିକୁ କେନାଲରୁ ପାଣି ଯୋଗାଣରେ ବ୍ୟାହତ ହେଉଛି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ସରକାର ନକଟରେ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁସାରେ ଛୋରିଆଗଡ ଠାରୁ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲର ଗତିପଥକୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି । ଯାହାଫଳରେ ତଳମୁଣ୍ଡରେ ଥିବା ଆଟିଗାଁ ଓ ତଲମଲା ପଞ୍ଚାୟତ ଚାଷଜମିକୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ । ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନାହିଁ । ସେପଟେ ଚାଷୀ ପ୍ରତିବର୍ଷ ଜଳ ପାଇଁ ଆର୍ଥିକ ଶୋଷଣର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି ।

ଏଣୁ ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଛାଗାଁ ଲଙ୍କେଶ୍ବରୀ ପାଣି ପଞ୍ଚାୟତର ସଭାପତି ଯଶୋବନ୍ତ ପ୍ରଧାନୀ, ତଲମଲା ସରପଞ୍ଚ ଦୁଶିଳା ମାଝୀ, ଆଟିଗାଁ ସରପଞ୍ଚଙ୍କ ନେତୃତ୍ବରେ ଶତାଧିକ ଚାଷୀ ଜୁନାଗଡ଼ ହାତୀନଦୀ ଉପରେ ସକାଳ ୮ ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଛି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ଚାଷଜମି କୁ ପାଣି ଯୋଗାଣ ଦାବିରେ ଜୁନାଗଡ଼ ଠାରେ ରାସ୍ତା ଅବରୋଧ କଲେ ଚାଷୀ
ଇନ୍ଦ୍ରାବତୀ କେନାଲ ରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମି କୁ କେନାଲ ରୁ ପାଣି ଯୋଗାଣ ରେ ବ୍ୟାହତ ହେଉଥିବା ବେଳେ Body:ଛୋରିଆଗଡ ଠାରୁ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲ ର ଗତିପଥ କୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି ଯାହା ଫଳରେ ତଳ ମୁଣ୍ଡ ରେ ଥିବା ଆଟିଗାଁ ଓ ତଲମଲା ପଂଚାୟତ ଚାଷଜମି କୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।ଅଣୁ ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଛା ଗାଁ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ Conclusion:ସଭାପତି ଯଶୋବନ୍ତ ପ୍ରଧାନୀ,ତଲମଲା ସରପଞ୍ଚ ଦୁଶିଳା ମାଝୀ, ଆଟିଗାଁ ସରପଞ୍ଚ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜୁନାଗଡ଼ ହାତୀନଦୀ ଉପରେ ସକାଳ ୮ ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.