ETV Bharat / state

କେନାଲ ବନ୍ଦ, ଧାନଚାଷ ନଷ୍ଟ ଆଶଙ୍କା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ - executive engineer

କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ଅଧୀନରେ ଥିବା ୩୦୦ ଏକର ଚାଷଜମି ବର୍ତ୍ତମାନ ପାଣି ଅଭାଵ ଯୋଗୁଁ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଶନିବାର ବିଭିନ୍ନ ଅଞ୍ଚଳର ଚାଷୀ ଏକତ୍ରିତ ହୋଇ ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |

କେନାଲ ବନ୍ଦ, ଧାନଚାଷ ନଷ୍ଟ ଆଶଙ୍କା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ

author img

By

Published : May 16, 2020, 8:19 PM IST

କଳାହାଣ୍ଡି: ସରୁନି ଚାଷୀଙ୍କ ସମସ୍ୟା । କେତେବେଳେ ଅଦିନିଆ ବର୍ଷା ଯୋଗୁଁ ଚାଷ ନଷ୍ଟ ହେଉଛି ତ ଆଉ କେତେବେଳେ ସାର ବିହନ ଓ କୀଟନାଶକ ଔଷଧର ଅଭାଵୀ ବିକ୍ରି ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । ପୁଣି କେତେବେଳେ ଜଳସେଚନର ଅନିୟମିତତା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଚାଷୀଙ୍କ ପାଇଁ ଜଳସେଚନ ବିଭାଗ ଏକ ନିର୍ଦ୍ଧିଷ୍ଟ ସମୟସୀମାରେ ପାଣି ଛାଡିବା ଓ ବନ୍ଦର ବିଜ୍ଞପ୍ତି ଜାରି କରୁଛନ୍ତି । କିନ୍ତୁ ତଳମୁଣ୍ଡକୁ ପାଣି ନିର୍ଦ୍ଦିଷ୍ଟ ସମୟରେ ନପହଞ୍ଚି ୨୦ ରୁ୨୫ ଦିନ ବିଳମ୍ବରେ ପହଞ୍ଚୁଛି । ଯାହାଫଳରେ ଚାଷ କାମ ବିଳମ୍ବରେ ହେଉଛି ବୋଲି ଚାଷୀ ପ୍ରକାଶ କରିଛନ୍ତି ।

କେନାଲ ବନ୍ଦ, ଧାନଚାଷ ନଷ୍ଟ ଆଶଙ୍କା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ

ବର୍ତ୍ତମାନ ଧାନ ଅମଳର ସମୟ । କିନ୍ତୁ କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ଅଧୀନରେ ଥିବା ୩୦୦ ଏକର ଚାଷଜମି ବର୍ତ୍ତମାନ ପାଣି ଅଭାଵ ଯୋଗୁଁ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଶନିବାର ବିଭିନ୍ନ ଅଞ୍ଚଳର ଚାଷୀ ଏକତ୍ରୀତ ହୋଇ ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ଡିଭିଜନ ଅଧିନସ୍ଥ ରଣମାଲ, ମତୁଆଲଗୁଡା, ନୂଆଗାଁ, ଅରେବେଡା, ଠେଲକୋମୁଣ୍ଡା, ସୁନ୍ଦରୀ ଯୋର୍ ରସ ଡୁମେର ଭଳି ପ୍ରାୟ ୧୦ ଖଣ୍ଡ ଗାଁର ଧାନ ଚାଷ ନଷ୍ଟ ହେବା ଉପରେ । ଏହି ଅଞ୍ଚଳକୁ ପାଣି ପଛରେ ପହଞ୍ଚୁ ଥିବାବେଳେ ବର୍ତ୍ତମାନ ହଠାତ କେନେଲ ପାଣି ବନ୍ଦ କରିଦିଆଯାଇଛି । ଯାହାଫଳରେ ଅନେକ ଚାଷୀଙ୍କ ଚାଷଜମି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ରହିଛି । ସମୟ ଥାଉ ଥାଉ ବିଭାଗୀୟ ଅଧିକାରୀ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.