ETV Bharat / state

ତହସିଲ ଅଫିସ ଆଗରେ ଧାନ ରଖି ଧାରଣା - farmer demonstration

କଲମପୁର ମଣ୍ଡିରେ ଟୋକନ ନ ମିଳିବାରୁ ଚାଷୀମାନେ ତହସିଲ ଅଫିସ ଆଗରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି । ପ୍ରାୟ ୪୮ ଜଣ ଚାଷୀ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଧିକ ପଢନ୍ତୁ...

farmers
ଚାଷୀଙ୍କ ଅଭିନବ ଆନ୍ଦୋଳନ,ତହସିଲ ଅଫିସ ଆଗରେ ଧାନ ରଖି ଧାରଣା
author img

By

Published : Jan 9, 2020, 4:10 PM IST

ଭବାନୀପାଟଣା: କଲମପୁର ମଣ୍ଡିରେ ଟୋକନ ନ ମିଳିବାରୁ ଚାଷୀମାନେ ତହସିଲ ଅଫିସ ଆଗରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି । ଏପରିକି ତହସିଲ ଅଫିସକୁ ତଦନ୍ତରେ ଆସିଥିବା ଧର୍ମଗଡ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ଗାଡି ଆଗରେ ଚାଷୀମାନେ ଶୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଚାଷୀଙ୍କ ଅଭିନବ ଆନ୍ଦୋଳନ,ତହସିଲ ଅଫିସ ଆଗରେ ଧାନ ରଖି ଧାରଣା

ପ୍ରାୟ ୪୮ ଜଣ ଚାଷୀ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ୟାକ୍ସ କର୍ମଚାରୀ ମାନେ ମଧ୍ୟ କୌଣସି ସଠିକ ତଥ୍ୟ ଦେଉନଥିବାରୁ ଶେଷରେ ଅନ୍ୟ ଉପାୟ ନପାଇ ଏକତ୍ରିତ ହୋଇ ତହସିଲ ଅଫିସ ଆଗରେ ପ୍ରତିବାଦ କରିଛନ୍ତି । ଏହା ସହ ତହସିଲ ଅଫିସକୁ ତାଲା ମାରି ରଖିଥିବାବେଳେ ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ଗାଡି ଆଗରେ ଶୋଇପଡ଼ି ପ୍ରତିବାଦ କରିଛନ୍ତି । ଉପ ଜିଲ୍ଲାପାଳ ଶେଷରେ ଚାଲି ଚାଲି ବ୍ଲକକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାଷୀମାନେ ଅଟକ ରଖିଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro: ଚାଷୀଙ୍କ ଅଭିନବ ଆନ୍ଦୋଳନ,ତହସିଲ ଅଫିସ ଆଗରେ ଧାନ ରଖି ଧାରଣା
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କଲମପୁର ମଣ୍ଡିରେ ଟୋକନ ନ ମିଳିବାରୁ ପ୍ରାୟ ୪୮ ଜଣ ଚାଷୀ ଧାନ ବିକ୍ରି କରିନପାରି ଅସୁବିଧା ରେ ଦିନ କାଟୁଥିବା ବେଳେ ପେକ୍ସ କର୍ମଚାରୀ ମାନେ ମଧ୍ୟ କୌଣସି ସଠିକ ତଥ୍ୟ ଦେଉନଥିବା ରୁ ଶେଷରେ ଅନ୍ୟ ଉପାୟ ନପାଇ Body:ଆଜି ଚାଷି ମାନେ ଏକତ୍ରିତ ହୋଇ ଧାନ ବସ୍ତା ରଖି ତହସିଲ ଅଫିସ ଆଗରେ ପ୍ରତିବାଦ କରିବା ସହ ତହସିଲ ଅଫିସ କୁ ତାଲା ମାରି ରଖିଛନ୍ତି, ଅନ୍ୟପଟେ ତହସିଲ ଅଫିସ ତଦନ୍ତ ରେ ଆସିଥିବା ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରା ଆସିଥିବା ବେଳେ ତାଙ୍କ ଗାଡି ଆଗରେ ଚାଷି ମାନେ ଶୋଇ ପଡ଼ି ପ୍ରତିବାଦ କରିବା ଦେଖି ହଟହଟା ହେବାକୁ ପଡିଛି ଉପ ଜିଲ୍ଲାପାଳ ଙ୍କୁ ଶେଷରେ ଚାଲି ଚାଲି ବ୍ଲକ କୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାଷି ମାନେ ଅଟକ ରଖିଥିବା ଦେଖିବାକୁ ମିଳିଛିConclusion:ବାଇଟ-ଚାଷୀ
ବାଇଟ-ଚାଷୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.