ETV Bharat / state

କୋରୋନା କଟକଣାରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଳିତ

author img

By

Published : Oct 24, 2020, 9:21 AM IST

କୋରୋନା ପାଇଁ ପୁଣି ପର୍ବ ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା । ବିନା ବଳି ଓ ଶ୍ରଦ୍ଧାଳିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଛତର ଯାତ୍ରା । ମାଆଙ୍କର ପୂଜା ପାର୍ବଣ ବର୍ଷ ସାରା ଚାଲିଥିଲେ ବି ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା "ଛତର" ର ଦର୍ଶନ ମିଳିଥାଏ । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

କୋରୋନା କଟକଣାରେ ପାଳିତ ହେଲା ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା: କୋରୋନା କଟକଣାରେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ବିନା ବଳି ଓ ଶ୍ରଦ୍ଧାଳୁଙ୍କ ଯାତ୍ରାରେ ବାହାରିଥିଲେ ମା’ ମାଣିକେଶ୍ବରୀ । ପ୍ରଥମ ଥର ପାଇଁ ବିନା ଭକ୍ତରେ ଶେଷ ହୋଇଛି ପ୍ରସିଦ୍ଧ ଛତର ଯାତ୍ରା । କୋରୋନା ଯୋଗୁଁ ବହୁ ପର୍ବ ନିଜର ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଥିବାବେଳେ ଛତର ଯାତ୍ରା ମଧ୍ୟ ଏଥିରୁ ବାଦ ପଡିନାହିଁ । 23 ତାରିଖରୁ 25 ତାରିଖ ଯାଏଁ ସାରା ସହରରେ 144 ଧାରା ଲାଗୁ କରାଯାଇ ସମ୍ପୂର୍ଣ୍ଣ ଭବାନୀପାଟଣା ସହରକୁ ସିଲ କରି ଦିଆଯାଇଛି ।

ମାଆଙ୍କର ପୂଜା ପାର୍ବଣ ବର୍ଷ ସାରା ଚାଲିଥିଲେ ବି ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା "ଛତର" ର ଦର୍ଶନ ମିଳିଥାଏ । ଯାହା ବର୍ଷରେ କେବଳ ଥରେ ଅନୁଷ୍ଠିତ ହୁଏ । ଛତରଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ବଳି ଦେଇଥାନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଉଡେଇଥାନ୍ତି ।

ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠେ ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ଆଉ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ମାଆଙ୍କର ଆର୍ଶୀବାଦ ଭିକ୍ଷା କରିଥାନ୍ତି । ହେଲେ ଏଥର ଖାଁ ଖାଁ ଥିଲା ପୁରା ପରିବେଶ । କୋରୋନା କଟକଣା ପାଇଁ ପୋଲିସ ପକ୍ଷରୁ ସଚେତନତା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ଅନ୍ୟ ଅଞ୍ଚଳରୁ ଲୋକ ନ ଆସିବା ପାଇଁ 13 ପ୍ଲାଟୁନ ପୋଲିସ ଫୋର୍ସ, 4 ପ୍ଲାଟୁନ ହୋମଗାର୍ଡ 80 ଅଧିକାରୀ ମୁତୟନ ହୋଇଥିଲେ ।

ପରମ୍ପରା ଅନୁଯାୟୀ ଶୁକ୍ରବାର ମଧ୍ୟରାତ୍ରିରେ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତରକୁ କେବଳ ୨୦ ଜଣ ସେବାୟତ ଓ ପାରମ୍ପରିକ ଜେନା ବାଦ୍ୟକାର ମନ୍ଦିରରୁ ବାହାରି କରି ଜେନାଖାଲ ଯାଇଥିଲେ । ଜେନାଖାଲ ଠାରେ ବିଧିପୂର୍ବକ ପୂଜାନୀତି ପରେ ଶନିବାର(ଆଜି) ଭୋରରେ ଛତର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏଥିରେ ପରମ୍ପରା ଅନୁଯାୟୀ କେବଳ ଗୋଟିଏ ମାତ୍ର ଘୁମୁରା ନୃତ୍ୟ ଦଳ ଛତର ସମ୍ମୁଖରେ ବାଦ୍ୟ ବଜାଇ ମନ୍ଦିର ପର୍ଯ୍ୟନ୍ତ ଆସିବାକୁ ଅନୁମତି ଦିଆଯାଇଥିଲା । ଛତର ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତ ଓ ବାଦ୍ୟକାରଙ୍କ ଆଜି କୋଭିଡ ପରୀକ୍ଷା ହୋଇଥିସା।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.