ETV Bharat / state

ଛତର ଯାତ୍ରା: ବଳିରେ ରକ୍ତ ରଞ୍ଜିତ ମାଣିକେଶ୍ବରୀ ପୀଠ - ମାଆ ମାଣିକେଶ୍ବରୀ

ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ ।

ଫଟୋ ସୌଜନ୍ୟ- ସମ୍ବାଦଦାତା,କଳାହାଣ୍ଡି
author img

By

Published : Oct 6, 2019, 10:31 AM IST

Updated : Oct 6, 2019, 12:04 PM IST

କଳାହାଣ୍ଡି: ଜିଲ୍ଲାର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ଭବାନୀପାଟଣା ଠାରେ ପ୍ରତିବର୍ଷ ଛତର ଯାତ୍ରା ଅନୁଷ୍ଠିତ ହୁଏ । ଅନ୍ୟାନ୍ୟ ରାଜ୍ୟ, ଜିଲ୍ଲାରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଛତର ଦିନ କିନ୍ତୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁବଳି ଦିଆଯାଏ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ଦେବୀଙ୍କ ପୀଠରେ ମୁଠବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ଦେବୀଙ୍କୁ ସ୍ବତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ ।

ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ‘ଛତର’ ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଆସିଥାନ୍ତି । ଢୋଲ, ନିଶାଣ, ମହୁରୀ, ଘଣ୍ଟ, ଶଙ୍ଖ ଓ ମାଆଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ‘ଛତର’ ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମାଆଙ୍କ ଏହି ଯାତ୍ରା କୁ ହିଁ ‘ଛତର’ ଯାତ୍ରା କୁହାଯାଏ ।

ଏହି ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ଓ ଜିଲ୍ଲାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା ‘ଛତର’ର ଦର୍ଶନ ମିଳିଥାଏ । ଯାହା ବର୍ଷରେ କେବଳ ଥରେ ଅନୁଷ୍ଠିତ ହୋଇଥାଏ ।

ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ପଶୁବଳି ଦେଇଥାନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଉଡେଇଥାନ୍ତି । ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇଛି ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ଆଉ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଠି ର ଆଦିବାସୀ ଓ ଆର୍ଯ ସଂସ୍କ୍ରୁତି ର ମିଶ୍ରଣ ରେ ସ୍ରୁଷ୍ଟି ହୋଇଛି ମାଁ ମାଣିଙ୍କେଶ୍ୱରୀ ଙ୍କର ପ୍ରସିଦ୍ଧ ଛତର ଯାତ୍ରା ।ଲକ୍ଷାଧିକ ଭକ୍ତ ଙ୍କ ସମାବେଶ ରେ ଭବାନୀପାଟଣା ଠାରେ ପ୍ରତିବର୍ଷ ଛତର ଯାତ୍ରା ଅନିଷ୍ଠିତ ହୁଏ ।ଅନ୍ୟାନ୍ନ ରାଜ୍ୟ,ଜିଲ୍ଲା ରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଏହି ଯାତ୍ରା ରେ କିନ୍ତୁ ଛତର ଦିନ ପୋଲିସ ଓ ପ୍ରଶାସନ ଉପସ୍ଥିତି ରେ ହଜାର ହଜାର ପଶୁବଳି ଦିଆଯାଏ ।\Body:nଶାକ୍ତଭୂମି କଳାହାଠି ରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀ ଙ୍କ ଛତରଯାତ୍ରା କୁ ବୁଝାଏ ।କଳାହାଠି ର ମୂଳ ଅଧିବାସୀ ଏହି ଶକ୍ତି ର ଉପାସକ ।ଆଶ୍ୱିନମାସ କ୍ରୁଷ୍ନପକ୍ଷ ଅଷ୍ଟମି ଦିନ ଭବାନୀପାଟଣା ରାଜପ୍ରସାଦ ରେ ଥିବା ମାଣିଙ୍କେଶ୍ୱରୀ ଙ୍କ ପୀଠ ରେ ମୁଠବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମାଁ ମାଣିଙ୍କଶ୍ୱରୀ ଙ୍କୁ ସ୍ୱତନ୍ତ୍ର ପଦ୍ଧତି ରେ ପୂଜାର୍ଚ୍ଚନା କରାଯାଇଥାଏ । ମହାଷ୍ଟମୀ ମଧ୍ୟରାତ୍ରୀ ରେ ମନ୍ଦିର ରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀ ଙ୍କ ବିଜୟ ପ୍ରତିମା \"ଛତର\' ସହର ର ପଶ୍ଚିମ ଉପକଣ୍ଠ ରେ ଥିବା ଜେନାଖାଲ ରୁ ବାହାରି ମନ୍ଦିର ଅଭିମୂଖେ ଆସିଥାନ୍ତି । ଢୋଲ,ନିଶାନ,ମହୂରୀ,ଘଣ୍ଟ,ଶଙ୍ଖ ଓ ମାଁ ଙ୍କ ପ୍ରିୟ ବୀରବାଦ୍ୟ ଘୁମୁରା ର ତାଳେ ତାଳେ ବିଜୟ ପ୍ରତିମା \"ଛତର\' ଜେନାଖାଲ ରୁ ମନ୍ଦିର ପର୍ଯନ୍ତ ଭକ୍ତ ଙ୍କ ଦର୍ଶନ ନିମନ୍ତେ ମାଁ ମାଣିଙ୍କେଶ୍ୱରୀ ଙ୍କ ଏହି \nଯାତ୍ରା କୁ ହିଁ \"ଛତର\' ଯାତ୍ରା କୁହାଯାଏ । \nଏହି ଯାତ୍ରା ର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ଓ ଜିଲ୍ଲା ରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ । ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା \"ଛତର\' ର ଦର୍ଶନ ମିଳିଥାଏ ।ଯାହା ବର୍ଷ ରେ କେବଳ ଥରେ ଅନୁଷ୍ଠିତ ହୋଇଥାଏ ।Conclusion:ଛତରଯାତ୍ରା ରେ ମାନସିକ ରଖିଥିବା ଭକ୍ତ ବୋଦା,ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରା ରେ ବଳି ଦେଇଥାନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତି ର ପ୍ରତୀକ କପୋତ କୁ ମଧ୍ୟ ଯାତ୍ରା ସମୟ ରେ ଉଡେଇଥାନ୍ତି ।ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇଉଠେ ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ଆଉ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ମାଁ ଙ୍କ ର ଆଶିର୍ବାଦ ଭିକ୍ଷା କରିଥାନ୍ତି ।ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Last Updated : Oct 6, 2019, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.