ETV Bharat / state

ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଉପରେ 20 ଘଣ୍ଟା ମୃତଦେହ ରଖି ପ୍ରତିବାଦ - Kalahandi news

ରାସ୍ତାରେ ୨୦ ଘଣ୍ଟା ଧରି ମୃତଦେହ ରଖି ରାସ୍ତା ଅବରୋଧ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳ ଭବାନୀପାଟଣା ଓ ଜୟପାଟଣା ମଧ୍ୟରେ ଯାତାୟତ ଠପ୍‌ । ଅଧିକ ପଢନ୍ତୁ

ଯୁବକଙ୍କୁ ହତ୍ୟା ଅଭିଯୋଗରେ ଉତ୍ତେଜନା , ରାସ୍ତାରେ ମୃତଦେହ ରଖି ପ୍ରତିବାଦ

author img

By ETV Bharat Odisha Team

Published : Oct 8, 2023, 5:56 PM IST

ଯୁବକଙ୍କୁ ହତ୍ୟା ଅଭିଯୋଗରେ ଉତ୍ତେଜନା , ରାସ୍ତାରେ ମୃତଦେହ ରଖି ପ୍ରତିବାଦ

ଭବାନୀପାଟଣା: ରାସ୍ତାରେ ଦୀର୍ଘ ୨୦ ଘଣ୍ଟା ଧରି ମୃତଦେହ ରଖି ରାଜରାସ୍ତା ଅବରୋଧ । ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ସାଧାରଣ ଲୋକେ ହନ୍ତସନ୍ତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜୟପାଟଣା ଥାନା ଅଞ୍ଚଳରୁ । ଜଣେ ବ୍ୟକ୍ତି କୌଣସି କାରଣରୁ ଆଘାତ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିବା ସହ ସ୍ଥାନୀୟ ଲୋକେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାନ୍ଧୀପଡାର ଗୋବିନ୍ଦବଲ୍ଲଭ ନାଏକ ଗତ ୬ ତାରିଖ ଦିନ ସନ୍ଧ୍ୟାରେ ନିଜ ବନ୍ଧୁକ ସହ ବାଇକରେ ଭବାନୀପାଟଣା ଆସିଥିଲେ । କାମ ସାରି ବାଇକ ଯୋଗେ ଏକୁଟିଆ ଘରକୁ ଫେରିବା ବେଳେ ରାସ୍ତାରେ କୌଣସି କାରଣରୁ ଗୁରୁତର ଭାବରେ ଆଘାତ ପାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଗତକାଲି ଡାକ୍ତର ତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଏନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିିକିତ୍ସାଲୟକୁ ପଠାଇଥିଲା । ପରେ ପରିବାର ଲୋକଙ୍କୁ ଗତକାଲି(ଶନିବାର) ରାତିରେ ମୃତଦେହ ହସ୍ତାନ୍ତର କରିଥିଲା । ଏହା ପରେ ପରିବାର ଲୋକେ ମୃତଦେହକୁ ଜୟପାଟଣା ସହରର ହାଇସ୍କୁଲ ନିକଟରେ ମୃତଦେହ ରଖି ଦୀର୍ଘ ୨୦ ଘଣ୍ଟା ହେଲା ଭବାନୀପାଟଣା ଓ ଜୟପାଟଣା ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ଟାୟାର ଜାଳି ବିକ୍ଷୋଭ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଘଟଣା ସ୍ଥଳରେ ଚାପା ଉତ୍ତେଜନାର ଦେଖିବାକୁ ମିଳିଛି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିଛି । ଏହି ଘଟଣାରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ରାସ୍ତା ଅବରୋଧ ଫଳରେ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବହୁ ଯାନବାହାନ ଅଟକି ରହିଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.