ETV Bharat / state

ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଜଣେ ଗିରଫ

author img

By

Published : May 13, 2022, 3:26 PM IST

ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଜଣେ ଗିରଫ
ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଜଣେ ଗିରଫ

ଭବାନୀପାଟଣା: ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ କଳାହାଣ୍ତି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ପିତାଗୁଡା ଗାଁର ବ୍ରିଜ ନିର୍ମାଣ କାମକୁ ସେହି ଅଞ୍ଚଳରେ ଠିକାଦାର ମୋହନ ପ୍ରଧାନ କାମ କରୁଥିଲେ। ଏହି ସମୟରେ ପିତାଗୁଡା ଗାଁର ଯୁବକ ସୁବାଷ ମାଝୀ ମୋହନ ପ୍ରଧାନଙ୍କୁ ମାଓବାଦୀଙ୍କ ନାଁରେ ଦୀର୍ଘ ଦିନ ହେବ ବଟି ମାଗି ଆସୁଥିଲେ । ହେଲେ ମୋହନ ସୁବାଷର କଥାକୁ ଗୁରୁତ୍ବ ଦେଇନଥିବା ବେଳେ ଆଜି ସୁବାଷ ଠିକାଦାର ମୋହନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ବଟି ମାଗିଥିଲେ ।

କୌଣସି ମତେ ମୋହନ ସେଠାରୁ ଖସି ଆସି ଗୋଳାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରି ନକଲି ମାଓବାଦୀ ସୁବାଷ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ବଟି ଆଦାୟରେ ବ୍ୟବହୃତ ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରିଛି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.