ETV Bharat / state

କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ

author img

By

Published : Jun 25, 2022, 12:12 PM IST

କଳାହାଣ୍ଡିରୁ ମାଓବାଦୀ ପରିଚୟ ଦେଇ ଲୁଟୁଥିବା ୨ ଲୁଟେରା ଗିରଫ । ଠିକାଦାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ ଲାଲବାହିନୀ ନାମରେ ବିଭିନ୍ନ ସମୟରେ ଲୁଟୁଥିଲେ । ଯୋଜନା କରି ସ୍ବତନ୍ତ୍ର ଟିମ ସାହାଯ୍ୟରେ ଧରିଲା ପୋଲିସ । ଅଧିକ ପଢ଼ନ୍ତୁ

କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ
କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ

ଭବାନୀପାଟଣା: ମାଓବାଦୀ ପରିଚୟ ଦେଇ ଟଙ୍କା ଆଦାୟ ବେଳେ ମାଡି ବସିଲା ପୋଲିସ । ଠିକାଦାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ ଲଲବାହୀନି ନାମରେ ଲୁଟୁଥିଲେ ୨ ଅପରାଧୀ । ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳର ଉଦ୍ଧବ ନାୟକ ଓ କେଗାଁ ଥାନା ଅଞ୍ଚଳର ଜରାଷଣ୍ଢ ସୁନା । ଏମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ କେଶ୍‌ ଥିବା ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି କଳାହାଣ୍ଡି SP ।

କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ
କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁର ହେମରାଜ ନାୟକ ଜଣେ ସରକାରୀ କର୍ମଚାରୀ । ସେ ଦୀର୍ଘ ଦିନ ଧରି ଥୁଆମୂଳ ରାମପୁର ବ୍ଲକର ଅନ୍ତର୍ଗତ ମହୁଲପାଟଣା ପିଇଓ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଗତ ଜୁନ ୧୦ ତାରିଖରେ ତାଙ୍କ ନିକଟକୁ ଏକ ଫୋନ କଲ ମାଧ୍ୟମରେ ମାଓବାଦୀଙ୍କ ନାମରେ ୨ ଲକ୍ଷ ଟଙ୍କା ଦେବାକୁ ମଗାଯାଇଥିଲା । ଟଙ୍କା ନଦେଲେ ତାଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ମିଳିଥିଲା । ପରେ ହେମରାଜ ଥୁଆମୂଳ ରାମପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ
କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ

ଅଭିଯୋଗ ଅନୁସାରେ ଫୋନ ଆସିଥିବା ନମ୍ବରକୁ ଟ୍ରାକ କରି ପୋଲିସ ଅଭିଯୁକ୍ତମାନଙ୍କ ସୂଚନା ପାଇଥିଲା । କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରି ଅଭିଯୁକ୍ତ ନକଲି ମାଓବାଦୀଙ୍କୁ ଟଙ୍କା ଦେବା ଆଳରେ ହେମରାଜ ନାୟକ ଫୋନରୁ କଥା ହୋଇଥିଲା ପୋଲିସ । ଏକ ସ୍ଥାନକୁ ଡାକି ପୂର୍ବ ଯୋଜନା ଅନୁସାରେ ସେମାନଙ୍କ ସହ ହେମରାଜ କଥା ହେବା ସମୟରେ ମାଡି ବସିଥିଲା ପୋଲିସ । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୩ ଟି ମୋବାଇଲ ଫୋନ ଜବତ କରା ଯାଇଛି । ସେପଟେ ଅଭିଯୁକ୍ତ ମାନଙ୍କୁ ଅଧିକ ପଚାର ଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.