ETV Bharat / state

ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ, ୨୦ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ମହୁଲ ପୋଚ ଜବତ - କଳହାଣ୍ଡି ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ

ଅବକାରୀ ବିଭାଗର ଚଢ଼ାଉ। ୨୦ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ମହୁଲ ପୋଚ ଜବତ। ନିର୍ବାଚନ ପୂର୍ବରୁ ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପରତା ହୋଇଛି ଅବକାରୀ ବିଭାଗ ।

ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ, ୨୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ମହୁଲ ପୋଚ ଜବତ

author img

By

Published : Jan 25, 2022, 10:56 PM IST

ଭବାନୀପାଟଣା: କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ। ୨୦ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ମହୁଲ ପୋଚ ଜବତ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ତେବେ ନିର୍ବାଚନରେ ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପରତା ହୋଇଛି ଅବକାରୀ ବିଭାଗ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଜଙ୍ଗଲକୁ ଲାଗି ରହିଥିବା ଅଞ୍ଚଳରେ ବେଆଇନ ମଦ ବିକ୍ରିର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏହାକୁ ରୋକିବା ପାଇଁ ଅଣ୍ଟାଭିଡ଼ିଛି ଜିଲ୍ଲା ଅବକାରୀ ବିଭାଗ ।

ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ, ୨୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ମହୁଲ ପୋଚ ଜବତ

ଅନେକ ସମୟରେ ଅବକାରୀ ବିଭାଗର ଚଢ଼ାଉ ପରେ ମଧ୍ୟ ବେଆଇନ ମଦ ପ୍ରସ୍ତୁତ ସହ ଚାଲାଣରେ କିଛି ଫରକ ପଡୁନାହିଁ । ମଦ ପ୍ରସ୍ତୁତକୁ ନିଜର ରୋଜଗାର ଭାବେ ଭାବି ନେଇଥିବା କେତେକ ମାଫିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଆଗକୁ ନିର୍ବାଚନରେ ମଦର ଚାହିଦା ରହିଥିବାବେଳେ ଏବେଠୁ ମଦ ପ୍ରସ୍ତୁତି ଚଳାଇଛନ୍ତି ମାଫିଆ ।

ଏନେଇ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଜୟପାଟଣା ତହସିଲଦାର ବିଭାଗର ଏକ ସ୍ୱତନ୍ତ୍ର ଟିମ ଜଙ୍ଗଲ ମଧ୍ୟରେ ଚାଲିଥିବା ବେଆଇନ ମଦ ଆଡ୍ଡା ଉପରେ ଚଢ଼ାଉ କରିବା ସହ ୨୦ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ମହୁଲ ପୋଚ ଜବତ କରିବା ସହ ଜଣେ ମଦ ମାଫିଆକୁ ଗିରଫ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.