ETV Bharat / state

ରାସ୍ତା ଉପରେ ହାତୀପଲ: ଆତଙ୍କିତ ଅଞ୍ଚଳବାସୀ - elephants on road

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ-ବିଶ୍ବନାଥପୁର ମୁଖ୍ୟରାସ୍ତାରେ ବୁଲୁଛନ୍ତି ହାତୀପଲ । ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି । ଅଧିକ ପଢନ୍ତୁ...

ରାସ୍ତା ଉପରେ ହାତୀପଲ: ଆତଙ୍କିତ ଅଞ୍ଚଳବାସୀ
ରାସ୍ତା ଉପରେ ହାତୀପଲ: ଆତଙ୍କିତ ଅଞ୍ଚଳବାସୀ
author img

By

Published : Dec 26, 2020, 10:28 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଓ ବିଶ୍ବନାଥପୁର ଅଞ୍ଚଳରେ ବଣୁଆ ହାତୀ ଆତଙ୍କ । ଅଞ୍ଚଳର ମୁଖ୍ୟ ରାସ୍ତା ଉପରେ ହାତୀ ବୁଲୁଥିବା ନେଇ ଭୟଭୀତ ଲୋକେ । ଗତ କିଛିଦିନ ହେଲା ସ୍ଥାନୀୟ ନଙ୍ଗଲବେଡା ଗାଁ ନିକଟରେ 3 ଟି ବଣୁଆ ହାତୀ ଘୁରି ବୁଲିବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ସୂଚନା ମିଳିଛି ।

ରାସ୍ତା ଉପରେ ହାତୀପଲ: ଆତଙ୍କିତ ଅଞ୍ଚଳବାସୀ

ହାତୀଶାଲ ସଂରକ୍ଷିତ ଜଙ୍ଗଲରୁ ହାତୀ ଜନବସତି ଆଡକୁ ଚାଲି ଆସୁଥିବାରୁ କୁଟିଙ୍ଗପଦର, ନଙ୍ଗଲବେଡା, ହରେକୃଷ୍ଣପୁର ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗତ ଦୁଇଦିନ ତଳେ ଏକ ହାତୀପଲ କୁଟିଙ୍ଗପଦର ଗାଁ ଚାଷୀଙ୍କ ଧାନ ଖାଇଯିବା ସହ ନଳକୂପକୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି । ଏନେଇ ଖବର ପାଇ ସ୍ଥାନୀୟ ଅଞ୍ଚଳର ବନ ବିଭାଗ ପକ୍ଷରୁ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.