ETV Bharat / state

ଗଛଡାଳ ପକାଇ ରାସ୍ତା ଅବରୋଧ ଜଙ୍ଗଲୀ ହାତୀ

କଳାହାଣ୍ଡି ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାଜ୍ୟ ରାଜପଥ 46ର ଶୁଆଘାଟି ନିକଟରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ରାସ୍ତା ଅବରୋଧ କରିବା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

author img

By

Published : Jan 29, 2021, 1:14 PM IST

ଫୁର୍ଲିଝରନ ରାସ୍ତାରେ ହାତୀ ଆତଙ୍କ
ଫୁର୍ଲିଝରନ ରାସ୍ତାରେ ହାତୀ ଆତଙ୍କ

ଭବାନୀପାଟଣା:ରାସ୍ତା ଉପରେ ଗଛଡାଳ ପକାଇ ରାସ୍ତା ଅବରୋଧ କଲା ଜଙ୍ଗଲୀ ହାତୀ । କଳାହାଣ୍ଡି ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାଜ୍ୟ ରାଜପଥ 46ର ଶୁଆଘାଟି ନିକଟରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ରାସ୍ତା ଅବରୋଧ କରିବା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଫୁର୍ଲିଝରନ ରାସ୍ତାରେ ହାତୀ ଆତଙ୍କ

ଫୁର୍ଲିଝରନ ଓ ଶଗଡାମଝି ଜଙ୍ଗଲରେ ବଣୁଆ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲା । ଗଛ ଓ ଡାଳ ଭାଙ୍ଗି ରାସ୍ତା ଉପରେ ପକାଇ ରାସ୍ତା ଅବରୋଧ କରି ହାତୀ ଛିଡା ହୋଇ ରହିଥିଲା। ଯାହାକୁ ଦେଖି ରାସ୍ତା ଦୁଇ ପାର୍ଶ୍ଵରେ ଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ବ ବାଇକ ଓ ଯାନବାହାନ ଅଟକି ରହିଥିଲା।

ଦୀର୍ଘ 2 ଘଣ୍ଟା ପରେ ହାତୀ ରାସ୍ତାରୁ ହଟିଥିଲା । ଏହାପରେ ଯାତାୟତ ସ୍ବାଭାବିକ ହୋଇଥିଲା । ଏହି ସ୍ଥାନରେ ମୋବାଇଲ ନେଟୱର୍କ ନଥିବା ଯୋଗୁଁ ଲୋକେ ବନବିଭାଗ ସହିତ ଯୋଗାଯୋଗ ମଧ୍ୟ କରିପାରି ନଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.