ETV Bharat / state

ବିଶ୍ବନାଥପୁର ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଦମ୍ପତି ଗୁରୁତର - ହାତୀ ପଲଙ୍କ ଉପଦ୍ରବ

ବିଶ୍ବନାଥପୁର ବନାଞ୍ଚଳର ଲେପଟାଗୁଡ଼ା ଗାଁରେ ୧୦ ଟିକିଆ ହାତୀ ପଲଙ୍କ ଉପଦ୍ରବ । ହାତୀ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

couple injured after elephant attack
couple injured after elephant attack
author img

By

Published : Dec 29, 2022, 5:23 PM IST

kalahandi couple injured

ଭବାନୀପାଟଣା: କଳାହାଣ୍ଡିରେ ଦିନକୁ ଦିନ ବୃଦ୍ଧି ହେଉଛି ହାତୀ ଉପଦ୍ରବ । ପ୍ରତ୍ୟେକ ଦିନ କୌଣସି ନାଁ କୌଣସି ଗ୍ରାମରେ ପସି ଆତଙ୍କ ଖେଳାଇବା ସହ ଫସଲ ନଷ୍ଟ କରୁଛନ୍ତି । ଏଥିସହ ଲୋକଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି । ଜଙ୍ଗଲ କ୍ଷୟ ହେବା ଯୋଗୁଁ ହାତୀ ଜନବସତି ମୁହାଁ ହେଉଥିବାରୁ ମଣିଷ ଓ ହାତୀର ଲଢେଇରେ ଅନେକ ଧନଜୀବନ ହାନୀ ହେଉଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । ଦାୟିତ୍ୱରେ ଥିବା ଏଲିଫ୍ୟାଣ୍ଟ ସ୍କ୍ବାଡ ନିଜ କାମରେ ଅବହେଳା ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ସାମ୍ନାକୁ ଆସୁଥିବା ଅଭିଯୋଗ ହେଉଛି।

ଗତକାଲି(ବୁଧବାର) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ବନାଥପୁର ବନାଞ୍ଚଳର ଲେପଟାଗୁଡ଼ା ଗାଁରେ ୧୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣ ଯୋଗୁଁ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ପ୍ରଥମେ ଗ୍ରାମକୁ ପ୍ରବେଶ କରିବା ପରେ ଗର୍ଜନ କରିବା ଆରମ୍ଭ କରିଦେଇଥିଲେ । ଫଳରେ ଭୟଭୀତ ହୋଇ କେହି ଘରୁ ବାହାରିନଥିଲେ । ଏହି ସମୟରେ ଗ୍ରାମର ୧୦ଟି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରି ଥିଲେ ହାତୀପଲ ।

ସେହିପରି ଶୟ ନାଗଙ୍କ ଘର ଭାଙ୍ଗିବା ସହ ଆସବାବପତ୍ର ସବୁ ନଷ୍ଟ କରିଦେଇଥିଲେ। ଏହି ସମୟରେ ପ୍ରାଣ ବିକଳରେ ଶୟ ନାଗ ଓ ତାଙ୍କ ସ୍ତ୍ରୀ ଆମଦେଇ ନାଗ ଘର ପଛପଟେ ବାହାରକୁ ଯାଉଥିବା ସମୟରେ ହାତୀପଲ ଉଭୟଙ୍କୁ ଆକ୍ରମଣ କରିଥିଲେ । ଫଳରେ ହାତୀ ପଲଙ୍କ ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ପରେ ଗ୍ରାମବାସୀ ନିଆଁ ଲଗାଇ ହାତୀଙ୍କୁ ଘୋଉଡାଇବା ପରେ ଉଭୟଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ସେହିପରି ଲାଞ୍ଜିଗଡ଼ ବ୍ଲକର ଗଉଡ ଥୁଆଗୁଢା ଗାଁରେ ଵିଲମ୍ବିତ ରାତିରେ ୫ ଟିକିଆ ହାତୀ ପଲ ଉପଦ୍ରବ ଦେଖିବାକୁ ମିଳିଛି । ଗାଁରେ ହାତୀପଲ ପଶି ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ମାଣ୍ଡିଆ, ଗୁର୍ଜି, ମକା, ଧାନ ଖେର୍ଜନା ଆଦି ଚାଷ କରିଥିବା ବେଳେ ହାତୀପଲ ପଶି ସମସ୍ତ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉଭୟ ଗାଁରେ ବନ ବିଭାଗ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.