ETV Bharat / state

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ, ଲୋକେ ଭୟଭୀତ - ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ

ଭବାନୀପାଟଣା ଥୁଆମୂଳ ରାମପୁର ରାଜ ରାସ୍ତାରେ ଏବେ ଗଜରାଜଙ୍କ ରାଜ । ଯାହାକୁ ନେଇ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିଯୁକ୍ତ ଥିବା ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କ ସମେତ ବନ କର୍ମଚାରୀଙ୍କ ଦେଖାନାହିଁ । ଅଧିକ ପଢନ୍ତୁ

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ, ଲୋକେ ଭୟଭୀତ

author img

By

Published : Oct 26, 2022, 10:58 PM IST

ଭବନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ରାଜ ରାସ୍ତାରେ ଏବେ ଗଜରାଜଙ୍କ ରାଜ। ଯାହାକୁ ନେଇ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିଯୁକ୍ତ ଥିବା ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କ ସମେତ ବନ କର୍ମଚାରୀଙ୍କ ଦେଖାନାହିଁ ।

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ, ଲୋକେ ଭୟଭୀତ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ମଧ୍ୟ ଦେଇ ଯାଇଥିବା ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ପ୍ରତ୍ୟେକ ଦିନ ଗଜରାଜଙ୍କ ରାଜ ଦେଖିବାକୁ ମିଳୁଛି । ଅନେକ ସମୟରେ ରାଜ ରାସ୍ତାରେ ଗଜରାଜ ଥିବା କାରଣ ରୁ ଲୋକେ ଭୟରେ ଏହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି। ହାତୀକୁ ଘଉଡାଇବା ସହ ହାତୀ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏହି ଟିମ ମଧ୍ୟ ସଠିକ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନାହିଁ । ଫଳରେ ଅନେକ ସମୟରେ ଗଜରାଜ ମଣିଷ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ସେହିପରି ଆଜି ସନ୍ଧ୍ୟା ସମୟରେ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଫୁର୍ଲି ଝରଣ ଜଳ ପ୍ରପାତ ନିକଟରେ ହାତୀ ଓ ମଣିଷ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଯାତ୍ରୀ ଭୟରେ ଗାଡି ଛାଡି ପଳାଇଛନ୍ତି । ହେଲେ ଏହି ଗଜରାଜଙ୍କୁ ଘାଉଡାଇବା ପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦେଖା ନ ମିଳିବା ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଯାହାକୁ ନେଇ ଜନ ସାଧାରଣଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.