ETV Bharat / state

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: 3 ବନ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ - elephant death issue

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା । 3 ବନ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ । ଅଧିକ ପଢନ୍ତୁ...

Elephant deaths in Karlapat sanctuary: 3 forest department employees show cause notice
କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟ ଘଟଣା : 3ବନ ବିଭାଗ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ
author img

By

Published : Feb 23, 2021, 4:03 PM IST

ଭବାନୀପାଟଣା: କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣା । 3 ବନ ବିଭାଗ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ । କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନ ମଧ୍ୟରେ ୭ ହାତୀ ମୃତ୍ୟୁ ଘଟଣାର ଆରମ୍ଭ ହୋଇଛି ତଦନ୍ତ। ହାତୀ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ରୀୟ ଟିମ କଳାହାଣ୍ଡି ଗସ୍ତରେ ଆସି ଫେରି ଯାଇଛନ୍ତି। କେନ୍ଦ୍ରୀୟ ଟିମ ଯିବା ପରେ ଉଭୟ ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗରେ ବିଭିନ୍ନ ଘଟଣାକୁ ନେଇ ତତ୍ପରତା ଦେଖାଦେଇଛି । ଅଭୟାରଣ୍ୟ ମଧ୍ୟରେ ହାତୀ ଟ୍ରାକ ପାଇଁ ଆହୁରି ୧୨ ଟି ଟ୍ରାପ କ୍ୟାମରେ ଲଗାଯିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ବନଖଣ୍ଡ ଅଧିକାରୀ। ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ଫରେଷ୍ଟର ଓ ୨ ଜଣ ଫରେଷ୍ଟଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡିଏଫଓ । ବର୍ତ୍ତମାନ ଅନ୍ୟ ହାତୀ ମାନଙ୍କ ଗତିବିଧି ଠାବ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ସେହିଭଳି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ କର୍ଲାପାଟ ପ୍ରାଣୀ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ ଗତକାଲି(ସୋମବାର) ନିଲମ୍ବିତ କରାଯାଇଥିଲା।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟ ଘଟଣା : 3ବନ ବିଭାଗ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ହାତୀ ମୃତ୍ୟୁ ଘଟଣା ପରେ ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ନିର୍ଦେଶକ ପ୍ରତାପ କିଶୋର ଖମାରୀ କଳାହାଣ୍ଡି ଗସ୍ତରେ ଆସିଥିଲେ। ସେ ଆସିବା ପରେ ହାତୀ ମୃତ୍ୟୁ ଯୋଗୁଁ ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ। କିନ୍ତୁ ଜୁନାଗଡ଼ ବ୍ଲକ ପ୍ରାଣୀ ବିଭାଗ ଅଧକ୍ଷ ଡ଼ା ପ୍ରସନ୍ନ ଦାସ, ଅତିରିକ୍ତ ପ୍ରାଣୀ ଅଧକାରୀ ପ୍ରିୟଦର୍ଶିନୀ ସ୍ବାଇଁ ଓ ଜୟପାଟଣା ଅତିରିକ୍ତ ପ୍ରାଣୀ ଅଧିକାରୀ ଡ଼ା ଶିବ ପ୍ରସାଦ ନାଏକ ଛୁଟିରେ ଥିଲେ। ଏହି ୩ ଜଣ ଅମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ କରିବା ପାଇଁ ଧର୍ମଗଡ଼ ଏସ୍ଡ଼ିଭିଓ କୈଳାଶ ସାମନ୍ତଙ୍କୁ ରାଜ୍ୟ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ନିର୍ଦ୍ଦେଶ ଦେଇଛନ୍ତି। ଗୋଟେ ପଟେ ବନ ବିଭାଗର ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଓ ଅନ୍ୟ ପଟେ ପ୍ରାଣୀ ବିଭାଗର ୩ଜଣ ଆମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.