ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଶେଷକରି ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଯୋଡ଼ି ହେଲାପରେ ତେଜିବାରେ ଲାଗିଛି ରାଜନୀତି । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିବା ସହ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏନେଇ ଆଜି ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡା ମାଡ଼ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ।
ତେବେ ମମିତାଙ୍କ ଏହି ହତ୍ୟା ମାମଲାରେ ଅନେକ ବଡବଡ଼ିଆଙ୍କ ଅନ୍ଧାରୀ ବିଜେକୁ ନେଇ ବିରୋଧୀ ସରକାରକୁ ଘେରିବା ସହ ଆଜି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଏହା ସହ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଆଜି ଭବାନୀପାଟଣା ଠାରେ ଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ଼ କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ