ETV Bharat / state

ଡାକ୍ତର ବାବୁଙ୍କ ବିଦେଶୀ ମୁଦ୍ରା ସଂଗ୍ରହ ନିଶା, ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ

author img

By

Published : Oct 10, 2022, 5:28 PM IST

୨୪୦ଟି ଦେଶର ୨୩୨୨ଟି ମୁଦ୍ରା ଓ ନୋଟ ସଂଗ୍ରହ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ପୂର୍ବରୁ ମଧ୍ୟ ୩୦ ହଜାରରୁ ଅଧିକ ପରିବାର ନିୟୋଜନ ଅସ୍ତ୍ରୋପଚାର କରି ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ ଏହି ଡାକ୍ତର । ଅଧିକ ପଢ଼ନ୍ତୁ

ଡାକ୍ତର ବାବୁଙ୍କ ବିଦେଶୀ ମୁଦ୍ରା ସଂଗ୍ରହ ନିଶା, ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ
ଡାକ୍ତର ବାବୁଙ୍କ ବିଦେଶୀ ମୁଦ୍ରା ସଂଗ୍ରହ ନିଶା, ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ

ଭବାନୀପୀଟଣା: ଡାକ୍ତର ବାବୁଙ୍କର ଅଜବ ନିଶା । ଦେଶ ବିଦେଶର ମୁଦ୍ରା ସଂଗ୍ରହ କରିବା ତାଙ୍କୁ ବିଶ୍ବ ଦରବାରରେ ଦେଇଛି ସ୍ବତନ୍ତ୍ର ପରିଚୟ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ୨୪୦ଟି ଦେଶର ୨୩୨୨ଟି ମୁଦ୍ରା ଓ ନୋଟ ସଂଗ୍ରହ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି ।

କିଛିଦିନ ତଳେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୩୦ ହଜାରରୁ ଊର୍ଦ୍ଧ୍ବ ପରିବାର ନିୟୋଜନ ଅସ୍ତ୍ରୋପଚାର କରି ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ ଏଠାରେ କାର୍ଯ୍ୟରତ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ତାଙ୍କୁ ଘାରିଛି ଦେଶ ବିଦେଶର ମୁଦ୍ରା ସଂଗ୍ରହ କରିବା ଭଳି ଅଜବ ନିଶା । ସେ ଆଣ୍ଟାର୍କ୍‌ଟିକା, କ୍ରିମିଆ, ଗ୍ରୀନଲାଣ୍ଡ ଭଳି ୨୪୦ଟି ଦେଶର ୨୩୨୨ଟି ମୁଦ୍ରା ଓ ନୋଟ ସଂଗ୍ରହ କରି ପୁଣିଥରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି ।

ଏହି ଆବେଦନ ପରେ ଇଣ୍ଡିଆ ବୁକ ଅଫ ରେକର୍ଡର ଏକ ଟିମ ଆଜି ତାଙ୍କ ପାଖରେ ପହଞ୍ଚିଛନ୍ତି । ଯାହାକୁ ନେଇ ଆଜି ଜୁନାଗଡ଼ ଏକ ଘରୋଇ ହୋଟେଲ ଠାରେ ମୁଦ୍ରା ପ୍ରଦର୍ଶିତ କରିଛନ୍ତି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ଇଣ୍ଡିଆ ବୁକ ଅଫ ରେକର୍ଡର ଟିମ ପ୍ରଦର୍ଶିତ ଏହି ମୁଦ୍ରା ବୁଲି ଦେଖିବା ପରେ ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଆସିଥିବା ଅଧିକାରୀ ସୂଚନା ଦେଇଛନ୍ତି । ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କ ସଂଗ୍ରହିତ ଏହି ମୁଦ୍ରାକୁ ଦେଖି ସେମାନେ ଖୁସିବ୍ୟକ୍ତ କରିଥିଲେ । ସେହିପରି ଏହି ପ୍ରଦର୍ଶିତ ବିଭିନ୍ନ ଦେଶର ମୁଦ୍ରାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ସେ କହିଛନ୍ତି, "ଦେଶ ବିଦେଶର ମୁଦ୍ରା ସଂଗ୍ରହ କରିବାର ଆଗ୍ରହ ପିଲାଦିନରୁ ରହିଥିଲା । ଡାକ୍ତରୀ ପଢ଼ିବା ପରେ ଏହି ଆଗ୍ରହ ଆହୁରି ବଢ଼ିଲା । ଯେତେବେଳେ କୌଣସି ବାହାର ଦେଶର କୌଣସି ବନ୍ଧୁଙ୍କ ସହ ମିଶେ ସେମାନଙ୍କ ଠାରୁ ସଂଗ୍ରହ କରିଥାଏ । ଏବଂ ଯେତେବେଳେ ବାହାର ଦେଶ ବୁଲିବାକୁ ଯାଏ, ସେତେବେଳେ ମଧ୍ୟ ସେଠାରୁ ଏଗୁଡ଼ିକୁ ସଂଗ୍ରହ କରି ଆଣିଥାଏ ।" ତେବେ ସର୍ବାଧିକ ଦେଶର ମୁଦ୍ରା ସଂଗ୍ରହ କରିଥିବା ନେଇ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆବେଦନ କରିଥିବା ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.