ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା, କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ - ରାହୁଲ ଗାନ୍ଧୀଙ୍କୁ ଇଡିର ଜେରାକୁ କଳାହାଣ୍ଡି କଂଗ୍ରେସର ବିରୋଧ

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡିର ଜେରାକୁ କଳାହାଣ୍ଡି କଂଗ୍ରେସର ବିରୋଧ । ଧର୍ମଗଡ଼ ଚାରିଛକ ଠାରେ ବିକ୍ଷୋଭ ପ୍ରଦର୍ଶନ । ଏଭଳି ଆକ୍ରୋଶମୂଳକ ରାଜନୀତି ବନ୍ଦ ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ଚେତାବନୀ ଦେଲା ଦଳ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା ପ୍ରସଙ୍ଗ: କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ

author img

By

Published : Jun 20, 2022, 7:27 PM IST

Updated : Jun 20, 2022, 9:04 PM IST

ଭବାନୀପାଟଣା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ଜେରାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ । ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ବରେ ଜିଲ୍ଲାର ଅନେକ କଂଗ୍ରେସ ନେତା ଓ କର୍ମୀ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ।

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା, କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ

ନ୍ୟାସନାଲ ହେରାଲ୍ଡ ଖବରକାଗଜ ଘୋଟାଲାକୁ ନେଇ ରାହୁଲଙ୍କୁ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ବାରମ୍ବାର ଜେରାକୁ ନେଇ କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଚାରିଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ଏଭଳି କରିବା ଦୁର୍ଭାଗ୍ୟଜନକ । କ୍ଷମତାର ଅପବ୍ୟବହାର କରି କେନ୍ଦ୍ର ସରକାର କଂଗ୍ରେସ ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି ଦଳ । ଏଭଳି ଆକ୍ରୋଶମୂଳକ ରାଜନୀତି ବନ୍ଦ ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jun 20, 2022, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.