ETV Bharat / state

କେସିଙ୍ଗାରେ ବିଗୁଡୁଛି ଟ୍ରାଫିକ ବ୍ୟବସ୍ଥା, ରେଲୱେ ଓଭର ବ୍ରିଜ ନିର୍ମାଣ ଅପେକ୍ଷାରେ ସହରବାସୀ - କେସିଙ୍ଗାରେ ଟ୍ରାଫିକ ସମସ୍ୟା

କେସିଙ୍ଗାରେ ବିଗୁଡୁଛି ଟ୍ରାଫିକ ସମସ୍ୟା । ଭେଣ୍ଡିଂ ଜୋନ କି ପାର୍କିଂ ବ୍ୟବସ୍ଥା ନଥିବାରୁ ଖଚାଖଚ ଭିଡରେ ହନ୍ତସନ୍ତ ସହରବାସୀ । କେବେ ହେବ ଓଭରବ୍ରିଜ ନିର୍ମାଣ ଅପେକ୍ଷାରେ ସହରବାସୀ । ଅଧିକ ପଢନ୍ତୁ

କେସିଙ୍ଗାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଓଭର ବ୍ରିଜ ନିର୍ମାଣ ଅପେକ୍ଷାରେ ସହରବାସୀ

author img

By

Published : Aug 5, 2022, 4:53 PM IST

Updated : Aug 5, 2022, 5:42 PM IST

କଳାହାଣ୍ଡି:କେସିଙ୍ଗା ସହରରେ ଦିନକୁ ଦିନ ବିଗୁଡୁଛି ଟ୍ରାଫିକ ସମସ୍ୟା । ସହରକୁ ପ୍ରବେଶ କରୁ କରୁ ଟ୍ରାଫିକ ଜାମ । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଫଳରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ବରଗଡ଼ ବୋରିଗୁମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ ଏହି ସହର ଦେଇ ଯାଇଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଭାରି ଯାନ ଯିବା ଆସିବା କରୁଛି । ଏହା ସହ ରାଜପଥ କଡରେ ପରିବାଠୁ ଆରମ୍ଭ କରି ଉଠା ଦୋକାନୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସନ୍ଧ୍ୟା ହେଉ ଅବା ସକାଳ ଖଚାଖଚ ଭିଡରେ ଚାଲିବା ମଧ୍ୟ ଅସମ୍ଭବ ହୋଇପଡୁଛି ।

କେସିଙ୍ଗାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଓଭର ବ୍ରିଜ ନିର୍ମାଣ ଅପେକ୍ଷାରେ ସହରବାସୀ

ଏହି ସମସ୍ୟାକୁ ନେଇ ସହାରବାସୀ ଦୀର୍ଘ ଦିନରୁ ଓଭର ବ୍ରିଜ ପାଇଁ ଦାବି କରି ଆସୁଥିଲେ । ଦାବି ଅନୁଯାୟୀ କେନ୍ଦ୍ର ସରକାର ୩୨୪ କୋଟି ଟଙ୍କା ବ୍ୟୟ ଅଟକଳରେ କେସିଙ୍ଗା ସହରରେ ଏକ ରେଲୱେ ଓଭର ବ୍ରିଜ ପାଇଁ ଘୋଷଣା କରିଥିବା ବେଳେ ସର୍ଭେ ସହ ବର୍ତ୍ତମାନ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯାୟରେ ପହଞ୍ଚିଥିବା ଜଣାପଡିଛି । କିଛି କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଣନିଶ୍ବାସୀ କରିଦେଉଛି ।

ଅନ୍ୟପଟେ କୋଭିଡ ପରେ NACର ଦୈନିକ ମାର୍କେଟ ଆରମ୍ଭ ନ ହେବାରୁ, ସନ୍ଧ୍ୟା ହେଲେ ଠେଲା ଦୋକାନୀ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ଯାହା ଫଳରେ ଯାତାୟତ ସମୟରେ ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । NAC ପକ୍ଷରୁ ବହୁ ଦିନରୁ ଦୈନିକ ମାର୍କେଟକୁ ଭଙ୍ଗାଯାଇ ଆରମ୍ଭ ହେବା କଥା କୁହାଯାଇଥିଲେ ମଧ୍ୟ ଏଯାଏଁ ଆରମ୍ଭ ହୋଇ ନାହିଁ । ତ୍ରିମୂର୍ତ୍ତି ଛକ ଠାରୁ ଗୌରୀ ଶଙ୍କର ମନ୍ଦିର ପର୍ଯ୍ୟନ୍ତ ଏତେ ସଂଖ୍ୟାରେ ରାସ୍ତା କଡରେ ଦୋକାନ ସଂଖ୍ୟା ଏତେ ମାତ୍ରାରେ ବଢିଲାଣି ଯେ ରାସ୍ତା ସଙ୍କୁଚିତ ହେବାକୁ ବସିଲାଣି । ପନିପରିବା, ଉଠା ଦୋକାନୀ ଓ ଫଳ ଦୋକାନୀଙ୍କ ସ୍ଥାୟୀ ସମସ୍ୟା ସମାଧାନ ନ ହେବାରୁ ରାସ୍ତାରେ ପସରା ମେଲାଇ ବସୁଛନ୍ତି । ଟ୍ରାଫିକ ଏତେ ବିପର୍ଯ୍ୟସ୍ତ ଯେ ସ୍କୁଲ ପିଲା ପାଇଁ ବଡ଼ ବିପଦ ସୃଷ୍ଟି କରିଛି ଏହି ରାଜପଥ । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି ।

ଜାତୀୟ ରାଜପଥ ଦ୍ୱାରା ନିର୍ମିତ ଡ୍ରେନ ନିମ୍ନ ମାନର କାର୍ଯ୍ୟ ଯୋଗୁଁ କେଉଁଠି ଭୁଶୁଡି ଗଲାଣି ତ ଆଉ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏଗୁଡିକ ରକ୍ଷଣା ବେକ୍ଷଣା ନ ହେବାରୁ ସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବା ବେଳେ ବଜାରକୁ ଆସୁଥିବା ଲୋକେ ଡ୍ରେନରେ ପଡି ଆହତ ହେଉଛନ୍ତି । ପାର୍କିଂ ବ୍ୟବସ୍ଥା ଠିକ ନ ଥିବାରୁ ଲୋକେ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି । ରାଜପଥରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ଚାଲିବା ସହ ଭିଡ଼ ପାଇଁ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିଛି । ପ୍ରଶାସନ ପକ୍ଷରୁ ପୂର୍ବରୁ ଟ୍ରାଫିକ ସମସ୍ୟା ନେଇ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବାରୁ ବ୍ୟବସ୍ଥା ଯଥା ପୂର୍ବମ ତଥା ପରମ ଭଳିଆ ରହିଛି । ଖାଲି ଦେଖିବାକୁ ବାକି ରହିଲା କେବେ ନିର୍ମାଣ ହେଉଛି ରେଲଓ୍ବେ ଓଭର ବ୍ରିଜ ଓ କେବେ ଦୂର ହେଉଛି ଟ୍ରାଫିକ ସମସ୍ୟା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 5, 2022, 5:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.