ଭବାନୀପାଟଣା : ପୁଣି ବ୍ୟାପିଲା ଡାଇରିଆ । କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ (Kalahandi Diarrhea panic )। ପଞ୍ଚାୟତରୁ ପଞ୍ଚାୟତ ଗାଁକୁ ଗାଁ ଡାଇରିଆ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଜିଲ୍ଲାରେ ଗତ କିଛି ଦିନ ହେବ ଡାଇରିଆ ଆତଙ୍କ ଦେଖା ଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ରୋଗୀ (Diarrhea patient) ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ଏବେ ପୁଣି ନୂଆ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାହା ଗାଁକୁ ଗାଁ ବ୍ୟାପିବାରେ ଲାଗିଛି ।
କଳାହାଣ୍ଡି ଜିଲ୍ଲାରେ ଗତ କିଛି ମାସ ହେବ ଡାଇରିଆ ଆତଙ୍କ ଦେଖା ଦେଇଛି (Diarrhea panic in valubudra village in Kalahandi)। ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଗତକାଲି(ବୁଧବାର) ଜିଲ୍ଲାର କଳମପୁର ବ୍ଲକ ଭାଲୁବୁଡ୍ରା ଗାଁରେ ୧୧ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ପୁଣି ଗାଁରେ ୧୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଯାହାକୁନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି (Diarrhea panic)।
ଏହା ମଧ୍ୟ ପଢ଼ନ୍ତ... କଳାହାଣ୍ଡିର ଭାଲୁବୁଡ୍ରା ଗାଁରେ ଡାଇରିଆ ଆତଙ୍କ, ୧୧ ଜଣ ମେଡ଼ିକାଲରେ ଭର୍ତ୍ତି
ତେବେ ଡାଇରିଆରେ ଆକ୍ରାନ୍ତ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୯ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଗାଁରେ ଥିବା ମେଡ଼ିକାଲ କ୍ୟାମ୍ପରେ ଚିକିତ୍ସା କରାଯାଉଛି । ସେପଟେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଚିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଡାକ୍ତରୀ ଦଳ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିବା ବେଳେ ଗାଁରେ ଥିବା ସମସ୍ତ ନଳକୂପରୁ ନମୁନା ସଂଗ୍ରହ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି । ଗାଁରେ ବିଭିନ୍ନ ଜାଗାରେ ବ୍ଲିଚିଂ ପାଉଡର ପକାଯାଇଛି । କୂଅ, ନଳକୂପ ଆଦି ବ୍ୟବହୃତ ହେଉଥିବା ଜାଗାରେ ବ୍ଲିଚିଂ ସିଞ୍ଚନ କରାଯାଇଛି । ଏହାସହିତ ସମସ୍ତଙ୍କୁ ସଚେତନା ପାଇଁ ମେଡିସିନ ଦିଆଯାଇଛି । ORS, ଆଣ୍ଟିବାୟୋଟିକ ଆଦି ଔଷଧ ଦିଆଯାଇଛି । ସମସ୍ତଙ୍କ ଉପରେ ନଜର ରଖିବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, କଳାହାଣ୍ଡି