ETV Bharat / state

କଳାହାଣ୍ଡିରେ ଥମୁନି ଡାଇରିଆ, ଥୁଆମୂଳ ରାମପୁରରେ ୨ଜଣଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଥମୁନି ଡାଇରିଆ(Diarrhea outbreak in Thuamul Rampur) । କିଛିଦିନର ବ୍ୟବଧାନ ପରେ ପୁଣି ଡାଇରିଆ ଆତଙ୍କ ଦେଖାଦେଇଛି । କେଳୁଆ ଗାଁର ୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା । ଅଧିକ ପଢନ୍ତୁ

ଥୁଆମୂଳ ରାମପୁରରେ ୨ଜଣଙ୍କ ମୃତ୍ୟୁ
ଥୁଆମୂଳ ରାମପୁରରେ ୨ଜଣଙ୍କ ମୃତ୍ୟୁ
author img

By

Published : Sep 26, 2022, 9:11 AM IST

ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଅଞ୍ଚଳ କଳାହାଣ୍ଡି ଜିଲ୍ଲାରେ ପୁଣି ବ୍ୟାପିବାରେ ଲାଗିଛି ଡ଼ାଇରିଆ ଆତଙ୍କ । କିଛିଦିନର ବ୍ୟବଧାନ ପରେ ପୁଣି ଥୁଆମୂଳ ରାମପୁର ବ୍ଲକରେ ପୁଣି ଡାଇରିଆ ଆତଙ୍କ ଦେଖାଦେଇଛି(Diarrhea outbreak in Thuamul Rampur) ।

ଥୁଆମୂଳ ରାମପୁରରେ ଏବେ ପୁଣି ଡ଼ାଇରିଆ ବ୍ୟାପିବାରେ ଲାଗିଛି । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ମାଡିଚାଲିଛି ଡାଇରିଆ । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ଏବେ ବ୍ଲକରେ ଡାଇରିଆ ମୁଣ୍ଡ ନେଉଥିବା ଜଣାପଡିଛି ।

ଥୁଆମୂଳ ରାମପୁରରେ ୨ଜଣଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ବ୍ଳକର ନାକରୁଣ୍ଡି ପଞ୍ଚାୟତର କେଳୁଆ, ଖଜୁରଗୁଡା, ଆମଝୋଲା ଗାଁରେ ଗତ ୪ ଦିନ ହେବ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ କେଳୁଆ ଗାଁର ୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେପଟେ ଗାଁରେ ୧୦ରୁ ଊର୍ଦ୍ଧ୍ବ ଡାଇରିଆରେ ଆକ୍ରାନ୍ତ ହୋଇ ଘରେ ପଡି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଁରେ ସ୍ୱାସ୍ଥ୍ୟ ଟିମ ପହଞ୍ଚି ନଥିବା ଜଣାପଡିଛି । ଗାଁକୁ ରାସ୍ତା ନଥିବା କାରଣରୁ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ: ପୁଣି ଫେରିଲା ଡାଇରିଆ ଆତଙ୍କ, ଜୟନ୍ତପୁର ଗାଁରେ ୬ ଜଣ ଆକ୍ରାନ୍ତ

ସେପଟେ ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ଭାଲୁବୁଡ୍ରା ଗାଁରେ ଗତ ସପ୍ତାହକ ମଧ୍ୟରେ ୩୦ ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ସଚେତନତା ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ସୂଚନାଯୋଗ୍ୟ ଯେ, ଗଛ କିଛିଦିନ ତଳେ ଜିଲ୍ଲାର ଜୟନ୍ତପୁର ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ଗତ ମାସେ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.