ETV Bharat / state

ଶିରୋଲ ଗାଁରେ ଝାଡ଼ାବାନ୍ତିରେ ୩୬ ଆକ୍ରାନ୍ତ ଘଟଣା : ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ - ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

କଳାହାଣ୍ଡି ଜିଲ୍ଲାରେ ଅଣାୟତ୍ତ ହେଉଛି ଡାଇରିଆ (Diarrhea outbreak in sirul Kalahandi) । ଜିଲ୍ଲାର ଶିରୋଲ ଗ୍ରାମରେ ୩୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଶିରୋଲ ଗାଁରେ ଝାଡ଼ାବାନ୍ତିରେ ୩୬ ଆକ୍ରାନ୍ତ ଘଟଣା : ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

author img

By

Published : Sep 27, 2022, 11:08 PM IST

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କମିବାର ନାଁ ନେଉନି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାର ଥୁଆମୂଳ ରାମପୁର, ଧର୍ମଗଡ଼, କଲମପୁର ପରେ ଏବେ କେସିଙ୍ଗା ବ୍ଲକକୁ ଡାଇରିଆ (Diarrhea fear) ବ୍ୟାପିଛି । ଏହି କ୍ରମରେ ଆଜି କେସିଙ୍ଗା ବ୍ଲକର ଶିରୋଲ ଗାଁରେ ୩୬ ଜଣ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି (Diarrhea outbreak in sirul Kalahandi) । ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଗତ ୩ଦିନ ମଧ୍ୟରେ ଏହି ଗାଁରୁ ୩୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଶିରୋଲ ଗାଁରେ ଝାଡ଼ାବାନ୍ତିରେ ୩୬ ଆକ୍ରାନ୍ତ ଘଟଣା : ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ
ସମସ୍ତ ଗୁରୁତରଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଶିରୋଲ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ଥିବା ୨୦ଟି ନଳକୂପର ପାଣି ଯାଞ୍ଚ କରିବା ସହ ପରିମଳ ବ୍ୟବସ୍ଥା ଉପରେ ତଦନ୍ତ କରିଥିଲେ । ଡାଇରିଆ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଗାଁକୁ ପାଇପ ଯୋଗେ ଜଳଯୋଗାଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଥମୁନି ଡାଇରିଆ, ଶିରୋଲରେ ୩୬ ଆକ୍ରାନ୍ତ

ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏକ ଚିନ୍ତାର ବିଷୟ ପାଲଟିଛି । ସେହିଭଳି ଥୁଆମୂଳ ରାମପୁରରେ ଏବେ ପୁଣି ଡ଼ାଇରିଆ ବ୍ୟାପିବାରେ ଲାଗିଛି । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ଏବେ ବ୍ଲକରେ ଡାଇରିଆ ମୁଣ୍ଡ ନେଉଥିବା ଜଣାପଡିଛି । ବ୍ଳକର ନାକରୁଣ୍ଡି ପଞ୍ଚାୟତର କେଳୁଆ, ଖଜୁରଗୁଡା, ଆମଝୋଲା ଗ୍ରାମରେ ଗତ ୪ ଦିନ ହେବ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ କେଳୁଆରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଗ୍ରାମରେ ୧୦ରୁ ଅଧିକ ଡାଇରିଆରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ରାସ୍ତା ନଥିବା କାରଣରୁ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଭାଲୁବୁଡ୍ରା ଗାଁରେ ପୁଣି 5ଜଣ ଡାଇରିଆରେ ଆକ୍ରାନ୍ତ, ୩୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ସେପଟେ ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ଭାଲୁବୁଡ୍ରା ଗ୍ରାମରେ ଗତ ସପ୍ତାହ ମଧ୍ୟରେ ୩୦ ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ସଚେତନତା ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.