ETV Bharat / state

କଳାହାଣ୍ଡି ଜିଲ୍ଲାରେ ଡାଇରିଆ ଆତଙ୍କ, 15ରୁ ଅଧିକ ଆକ୍ରାନ୍ତ 2ମୃତ - କଳାହାଣ୍ଡି ଧର୍ମଗଡ଼ର ୨ଗାଁରେ ଡାଇରିଆ ଆତଙ୍କ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ସନ୍ଧିକୁଲିହାରି ଓ କନା ଗାଁ ଠାରେ ଡ଼ାଇରିଆର ଆତଙ୍କ ଦେଖିବାକୁ ମିଳିଛି । ସନ୍ଧିକୁଲିହାରି ଓ କନା ଗାଁରେ ୨୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

DIARRHEA OUTBREAK IN SANDHIKULIHARI  KALAHAND
କଳାହାଣ୍ଡି ଜିଲ୍ଲାରେ ଡାଇରିଆ ଆତଙ୍କ, 15ରୁ ଅଧିକ ଆକ୍ରାନ୍ତ 2ମୃତ
author img

By

Published : Aug 17, 2022, 5:37 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ ଦେଖା ଦେଇଛି । ତେବେ ଜିଲ୍ଲାର ଧର୍ମଗଡ ବ୍ଲକର ସନ୍ଧିକୁଲିହାରି ଓ କନା ଗାଁ ଠାରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଏଥିରେ 15ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲାରେ ଡାଇରିଆ ଆତଙ୍କ, 15ରୁ ଅଧିକ ଆକ୍ରାନ୍ତ 2ମୃତ

ସୂଚନା ଅନୁସାରେ, ଗତ ଦୁଇଦିନରେ ସନ୍ଧିକୁଲିହାରି ଗାଁର ଦେଶଣ୍ଡ ବାଗ ଓ କନା ଗାଁ ର ବାସନ୍ତୀ ପରାଭୋଇଙ୍କ ନାମକ ଦୁଇ ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି । ତେବେ ସରକାରୀ ଭାବେ ଡାଇରିଆ ଜନିତ ମୃତକଙ୍କ ସୂଚନା ଦିଆ ଯାଇନାହିଁ । ଡାଇରିଆ ବ୍ୟାପିବା ଖବର ଜଣାପଡିବା ପରେ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ସଚେତନ କରାଇଥିଲେ । ସେହିପରି ୧୦ ଜଣ ଆକ୍ରାନ୍ତଙ୍କୁ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଡାକ୍ତରୂ ଟିମ କହିଛନ୍ତି, "ଗତ ଦୁଇ ଦିନ ମଧ୍ୟରେ ୧୫ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି ।" ତେବେ କେଉଁ କାରଣରୁ ଅଞ୍ଚଳରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ସେପଟେ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.