ETV Bharat / state

କର୍ଲାପାଟରେ ଅଣାୟତ୍ତ ଡାଇରିଆ, ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ - କାଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ

କାଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ । କର୍ଲାପାଟ ପଞ୍ଚାୟତର ସାନ ଟିକିରା ଗୁଡ଼ା ଓ କୁକୁର ଭୂର୍ଶି ଗ୍ରାମରେ 20ରୁ ଊର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

diarrhea outbreak in karlpat kalahandi
କର୍ଲାପାଟରେ ଅଣାୟତ୍ତ ଡାଇରିଆ, ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ
author img

By

Published : Oct 15, 2022, 7:39 AM IST

ଭବାନୀପାଟଣା: ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଡାଇରିଆ ବ୍ୟାପିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା କର୍ଲାପାଟ ପଞ୍ଚାୟତର ସାନ ଟିକିରା ଗୁଡ଼ା ଓ କୁକୁର ଭୂର୍ଶି ଗ୍ରାମରେ ଗତ ୫ ଦିନ ହେଲା ଝାଡ଼ାବାନ୍ତି ଦେଖାଦେଇଛି । ଉଭୟ ଗ୍ରାମରେ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

କୁକୁର ଭୂର୍ଶି ଗ୍ରାମର ୩ ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଛନ୍ତି । ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ବାସ୍ଥ୍ୟସେବା ଟିମ ଓ ସ୍ଥାନୀୟ ସମାଜସେବୀ ପହଞ୍ଚିଥିବା ବେଳେ ଡାକ୍ତରୀ ଟିମ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ଗ୍ରାମରେ ଥିବା ନଳକୂପମାନଙ୍କରୁ ନମୂନା ସଂଗ୍ରହ କରିବା ସହ ଲୋକଙ୍କୁ ସଚେତନ କରାଯାଇଛି । ତେବେ କେଉଁ କାରଣରୁ ଡାଇରିଆ ବ୍ୟାପୁଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନଥିବା ଡାକ୍ତରୀ ଟିମ ସୂଚନା ଦେଇଛନ୍ତି ।

ଗତ ୨ ମାସ ଧରି ଉପାନ୍ତ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ପୁଣି ଲୋକଙ୍କୁ ଡରାଇବାରେ ଲାଗିଛି ଡାଇରିଆ । ସେପଟେ ଜିଲ୍ଲାର ଥୁଆମୂଳ ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା ଭିତରଡୁଙ୍ଗାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଗତ ଦୁଇଦିନ ମଧ୍ୟରେ ଗ୍ରାମରେ ଝାଡ଼ାବାନ୍ତିରେ ୧୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଝାଡ଼ାବାନ୍ତିରେ ଗ୍ରାମର ଘାସେନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗ୍ରାମରେ ମେଡ଼ିକାଲ ଟିମ ପହଞ୍ଚି ଗ୍ରାମର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଗ୍ରାମରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛି ସ୍ବାସ୍ଥ୍ୟ ଟିମ ।

ଏହା ମଧ୍ୟ ପଢ଼ନ୍ତୁ: ଭିତରଡୁଙ୍ଗା ଗାଁରେ ଡାଇରିଆ ଆତଙ୍କ, ଜଣେ ମୃତ

କିଛିଦିନ ପୂର୍ବେ ମଧ୍ୟ ଥୁଆମୂଳ ରାମପୁରରେ ଡାଇରିଆ ଆତଙ୍କ ଦେଖାଦେଇଥିଲା । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନ ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି । ଅନ୍ୟପଟେ ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ଗତ 4 ଦିନ ହେଲା ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ଫଳରେ ଗ୍ରାମର 4 ଜଣଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ ଅନେକ ଆକ୍ରାନ୍ତ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.