ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । ଆଜି ଡିଜିପି ସୁନୀଲ ବଂଶଲ ହେଲିକପ୍ଟର ଯୋଗେ ଆସି ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ପହଞ୍ଚିଥିଲେ । ପରେ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ।
ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସଙ୍କ ସହ କଳାହାଣ୍ଡି ଓ ନୂଆପଡା ଏସପି ମଧ୍ୟ ଯୋଗ ଦେଇଥିଲେ ।
ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ସହ ମାଓ ସ୍ଥିତିର ମୁକାବିଲା ଲାଗି ବୈଠକରେ ଆଲୋଚନ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ନିର୍ବାଚନ ସୂଚାରୁ ରୂପେ କରିବା ଲାଗି ମଧ୍ୟ ଆଲୋଚନା ହୋଇଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ