ETV Bharat / state

କଳାହାଣ୍ଡିରେ ନବବର୍ଷର ଉତ୍ସାହ, ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Jan 1, 2023, 1:36 PM IST

ମାଣିକେଶ୍ଵରୀଙ୍କ ଦର୍ଶନରୁ ନୂଆବର୍ଷର ଆରମ୍ଭ କରିଛନ୍ତି କଳାହାଣ୍ଡିବାସୀ । ମାଆଙ୍କ କରୁଣା ପାଇବା ପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମାଣିକେଶ୍ଵରୀ ମନ୍ଦିର
ମାଣିକେଶ୍ଵରୀ ମନ୍ଦିର
ମାଣିକେଶ୍ଵରୀ ମନ୍ଦିର

ଭବାନୀପାଟଣା: ବିଦାୟ ନେଇଛି ୨୦୨୨, ଆଉ ଆରମ୍ଭ ହୋଇଛି ନବବର୍ଷ ୨୦୨୩ । ଅନେକ ଆଶା ଓ ସମ୍ଭାବନାକୁ ନେଇ ଆସିଛି ନବବର୍ଷ । ଜିରୋ ନାଇଟ ସେଲିବ୍ରେସନ ଭିତରେ ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ବାଗତ କରିଛନ୍ତି ଓଡିଶାବାସୀ । ତେବେ ଆଜି ସକାଳୁ ସକାଳୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ଵରୀଙ୍କ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ନୂଆବର୍ଷକୁ ନେଇ ସଭିଙ୍କ ମନରେ ରହିଛି ଉଲ୍ଲାସ। ସମସ୍ତେ ନୂଆବର୍ଷରେ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାବାସୀଙ୍କ ଅନ୍ୟ ଜିଲ୍ଲାର ଶ୍ରଦ୍ଧାଳୁ ମଧ୍ୟ ମା'ଙ୍କ ସାନିଧ୍ୟ ପାଇବା ପାଇଁ ମାଣିକେଶ୍ଵରୀଙ୍କ ପୀଠ ଆସିଥିବା ଦେଖିବାକୁ ମିଳିଥିଲା । ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା କରିଛନ୍ତି ସଭିଏଁ । ନୂଆ ବର୍ଷ ପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ମଧ୍ୟ ଲୋକଙ୍କ ଭିଡ଼ ଜମିଛି । ସାଙ୍ଗସାଥି ପରିବାର ଜନଙ୍କ ସହ ନୂଆ ବର୍ଷକୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ସଭିଏଁ ।

ଏହା ମଧ୍ୟ ପଢନ୍ତୁ: New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ଶ୍ରୀକ୍ଷେତ୍ର

ଏନେଇ ଜଣ ଭକ୍ତ କହିଛନ୍ତି, " ବିଗତ ୨ ବର୍ଷ ହେଲା କୋରୋନା କଟକଣାରେ ରହିଥିଲୁ । ମାଆଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲୁ । କିନ୍ତୁ ମାଆଙ୍କ କରୁଣାରୁ କୋରୋନା ମହାମାରୀ କଟକଣା ହଟିଛି । ତେଣୁ ଆମେ ପ୍ରଥମେ ମାଙ୍କ ଆଶୀର୍ବାଦରୁ ଦିନ ଆରମ୍ଭ କରୁଛୁ । ବହୁତ ଖୁସି ଲାଗୁଛି । ମାଆଙ୍କୁ ଏତିକି ମାଗିଲି ଯେ, ଆଉ କୋରୋନା ମହାମାରୀ ନଆସୁ । କଳାହାଣ୍ଡିବାସୀଙ୍କ ଉନ୍ନତି ହେଉ । "

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.