ETV Bharat / state

୨୫ ବର୍ଷ ହେବ ବନ୍ଦ ପଡିଛି ଚିନି କଳ, ହତାଶ ଆଖୁ ଚାଷୀ

author img

By

Published : Sep 5, 2021, 1:02 PM IST

୨୫ ବର୍ଷ ହେବ ବନ୍ଦ ପଡିଛି କଳାହାଣ୍ଡି ଜିଲ୍ଲା ସର୍ଗିଗୁଡା ସୁଗର ଫ୍ୟାକ୍ଟ୍ରି । ସୁଗାର ମିଲକୁ କାର୍ଯ୍ୟକାରୀ କରିବାକୁ ଖାଲି ସରକାରଙ୍କ ପାଖରୁ ମିଳିଛି ପ୍ରତିଶ୍ରୁତି । ହେଲେ କାର୍ଯ୍ୟକାରୀ ହେବାର ନା ଗନ୍ଧ ନାହିଁ ।ଅଧିକ ପଢନ୍ତୁ...

୨୫ ବର୍ଷ ହେବ ବନ୍ଦ ପଡିଛି ସର୍ଗିଗୁଡା ସୁଗର ଫ୍ୟାକ୍ଟ୍ରି

ଭବାନୀପାଟଣା: ୨୫ ବର୍ଷ ହେବ ବନ୍ଦ ପଡିଛି କଳାହାଣ୍ଡି ଜିଲ୍ଲା ସର୍ଗିଗୁଡା ସୁଗର ଫ୍ୟାକ୍ଟ୍ରି । ସୁଗାର ମିଲକୁ କାର୍ଯ୍ୟକାରୀ କରିବାକୁ ଖାଲି ସରକାରଙ୍କ ପାଖରୁ ମିଳିଛି ପ୍ରତିଶ୍ରୁତି । ହେଲେ କାର୍ଯ୍ୟକାରୀ ହେବାର ନା ଗନ୍ଧ ନାହିଁ । ସୁଗାର ଫ୍ୟାକ୍ଟ୍ରି ବନ୍ଦ ହେବା ଫଳରେ ବହୁ ଚାଷୀ ଜୀବିକା ହରାଇଛନ୍ତି । ଏ ଦିଗରେ ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବାରୁ ଆବଶ୍ୟକତା ରହିଛି ।

୨୫ ବର୍ଷ ହେବ ବନ୍ଦ ପଡିଛି ଚିନି କଳ, ହତାଶ ଆଖୁ ଚାଷୀ

କଳ।ହାଣ୍ଡିରେ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ୧୯୯୭ ମସିହାରେ ଗଢି ଉଠିଥିଲା ଏହି ଚିନିକଳ । କଳ ସ୍ଥାପନ ହେବା ଦିନଠୁ ଆଖୁ ଚଷୀ ବେଶ ଉପକୃତ ହେଉଥିଲେ । ହଜାର ହଜାର ଶ୍ରମିକ ରୋଜଗାର ମଧ୍ୟ ପାଉଥିଲେ । ସ୍ଥାପନର ପରିଚାଳନା ତ୍ରୁଟି ଯୋଗୁଁ କଳ ବନ୍ଦ ହୋଇଯାଇଛି । ଶତାଧିକ ଚାଷୀ ଜୀବିକା ହରାଇଛନ୍ତି । ବିଶେଷ ଭାବରେ ଆଖୁ ଚାଷୀ ପ୍ରଭାବିତ ହୋଇଛନ୍ତି ।

ନିଯୁକ୍ତି ସୁଯୋଗ ଲକ୍ଷ୍ୟରେ ଚିନି କଳରେ ଏକକାଳୀନ ୩ଟି କୃଷି ଭିତ୍ତିକ ଶିଳ୍ପାନୁଷ୍ଠାନ ପାରବଏଲଡ଼ ରାଇସମିଲ, ବାୟୋମାସ ପ୍ଲାଣ୍ଟ ଓ ଡ଼ିଷ୍ଟିଲାରୀ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଏହାର ଭିର୍ତ୍ତିପ୍ରସ୍ଥର ମଧ୍ୟ ସ୍ଥାପନ କରିଥିଲେ । ହେଲେ ୫ ବର୍ଷ ବିତିଗଲା ଆଜି ଯାଏଁ ପୁନଃଉଦ୍ଧାର ହୋଇପାରିଲା ନାହିଁ । ଚିନି କଳରେ ତାଲା ପଡିଥିବା ବେଳେ ବର୍ତ୍ତମାନ ଏହା ଚୋରମାନଙ୍କ ଭୂସ୍ବର୍ଗ ପାଲଟିଛି । ଆଉ ମୁଲ୍ୟବାନ ଜିନିଷ ଚୋରି ହୋଇ ଶ୍ରୀହୀନ ଅବସ୍ଥାରେ ପଡି ରହିଛି କଳ ।

ସେପଟେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅନେକଥର ଭେଟି ଅଭିଯୋଗ କରିଥିଲେ ବି ନିଜ ଜିଲ୍ଲା ପ୍ରତି ମନ୍ତ୍ରୀଙ୍କ ନଜର ନ ଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲରେ ଫ୍ୟାକ୍ଟ୍ରି ଥାଇ ବି ଅଚଳ ହୋଇ ପଡିଛି । ଫଳରେ ଲୋକେ ରୋଜଗାର ପାଇଁ ଅନ୍ୟ ରାଜ୍ୟମୁହାଁ ହେବାରେ ଲାଗିଛନ୍ତି । କେବେ ଚିନିକଳର ପୁନଃଉଦ୍ଧାର ହେଉଛି ଆଉ ଲୋକେ ରୋଜଗାର ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.