ETV Bharat / state

ଜୋର୍ ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ଜୁନାଗଡ଼ ଜିଲ୍ଲା ମାନ୍ୟାତା ପାଇଁ ଯଥେଷ୍ଟ ଭିତ୍ତିଭୂମି ରିହିଥିବା ବେଳେ ୬ଟି ବ୍ଲକ ଓ ଥୁଆମୂଳ ରାମପୁରର ୬ ଗୋଟି ପଞ୍ଚାୟତକୁ ନେଇ ନୂତନ ଜିଲ୍ଲା ଗଠନ ସହ ଜୁନାଗଡ଼ ସହରରେ ଏହାର ସଦର ମହକୁମା ସ୍ଥାପନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 10, 2023, 8:49 AM IST

ଜୋର୍ ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି
ଜୋର୍ ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି
ଜୋର୍ ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି

ଭବାନୀପାଟଣା: ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ସ୍ଥାନୀୟ ଦାବି ଆରଏମସି ସଭା ଗୃହରେ କୋର କମିଟିର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ୬ଟି ବ୍ଲକ ଓ ଥୁଆମୂଳ ରାମପୁରର ୬ ଗୋଟି ପଞ୍ଚାୟତକୁ ନେଇ ନୂତନ ଜିଲ୍ଲା ଗଠନ ସହ ଜୁନାଗଡ଼ ସହରରେ ଏହାର ସଦର ମହକୁମା ସ୍ଥାପନ ପାଇଁ ପ୍ରସ୍ତାବ ଆଗତ ହୋଇଛି । ଜୁନାଗଡ଼ ଜିଲ୍ଲା ମାନ୍ୟତା ପାଇଁ ଯଥେଷ୍ଟ ଭିତ୍ତିଭୂମି ରିହିଛି ।

ଜୁନାଗଡ଼ ବ୍ଳକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୫୦୩ ଜଣ ଅଛନ୍ତି । ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼ , ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ଟି ବ୍ଲକର ଲୋକେ ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଏହି ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ..ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି, ସପ୍ତାହେ ଧରି ଆନ୍ଦୋଳନରେ ଅଞ୍ଚଳବାସୀ

ଗତକାଲି(ଶନିବାର) ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନାଗଡ଼ ଲଙ୍କେଶ୍ଵରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେପଟେ ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି ମଧ୍ୟ ଜୋର୍ ଧରିବାରେ ଲାଗିଛି । ଗତ ୧୦ ଦିନ ଧରି ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଗତକାଲି କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଐତିହାସିକ ତଥ୍ୟ ଅନୁଯାୟୀ କଳାହାଣ୍ଡି ମହାରାଜା ଯୁଗସାଇଦେବ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ସମୟରେ କଳାହାଣ୍ଡିର ଭବାନୀପାଟଣାକୁ ଦେଓଙ୍କ ରାଜଧାନୀ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି , ଏହାର ଐତିହାସିକ ମହତ୍ୱ ରହିଛି ।ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ହୋଇରହିଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.