ETV Bharat / state

ମାଓ ଉପଦ୍ରୁତ ଅଞ୍ଚଳରେ ସିଆରପିଏଫର ଜନସମ୍ପର୍କ ଶିବିର

ମାଓ ଉପଦ୍ରୁତ ଗାଁ ଗୁଡିକରେ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ସିଆରପିଏଫର ଉଦ୍ୟମ। ମାଓବାଦୀଙ୍କ କଥାରେ ପ୍ରଭାବିତ ନହୋଇ ପୋଲିସ ସହ ନିବିଡ଼ତା ବଢାଇବାକୁ ପରାମର୍ଶ। ଅଧିକ ପଢନ୍ତୁ...

CRPF batalions socialcamp in naxlite affected area in kalahandi
ମାଓଉପଦ୍ରୃତ ଅଞ୍ଚଳରେ ସିଆରପିଏଫର ଜନସମ୍ପର୍କ ଶିବିର
author img

By

Published : Mar 28, 2021, 8:20 AM IST

ଭବାନୀପାଟଣା: ଲୋକଙ୍କ ବିଶ୍ବାସ ଜିତିବାକୁ ଜନସମ୍ପର୍କ ଶିବିର । ମାଓ ଉପଦ୍ରୁତ ଗାଁ ଗୁଡିକରେ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ସିଆରପିଏଫର ଉଦ୍ୟମ। ମାଓବାଦୀଙ୍କ କଥାରେ ପ୍ରଭାବିତ ନହୋଇ ପୋଲିସ ସହ ନିବିଡ଼ତା ବଢାଇବାକୁ ପରାମର୍ଶ।

ମାଓଉପଦ୍ରୃତ ଅଞ୍ଚଳରେ ସିଆରପିଏଫର ଜନସମ୍ପର୍କ ଶିବିର

କଳାହାଣ୍ଡି ଜିଲ୍ଲାର ଲାଲଗଡ଼ ଭାବରେ ପରିଚିତ ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଗାଁରେ ଜନ ସମ୍ପର୍କ ଶିବିରରେ ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ସିଆରପିଏଫ ର କମାନଡେଣ୍ଟ ପ୍ରମୋଦ ସାହୁ। ସେମାନଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।ଲୋକଙ୍କ ମନରୁ ମାଓବାଦୀଙ୍କ ଭୟ ଦୂର କରିବା ପାଇଁ ଗାଁରେ ପହଞ୍ଚିଛି ସିଆରପିଏଫ। ମାଓବାଦୀଙ୍କ ବିଚାରକୁ ଗ୍ରହଣ ନକରି ସରକାରୀ ଯୋଜନା ସବୁର ଲାଭ ଉଠାଇବା ପାଇଁ ଲୋକଙ୍କୁ ବୁଝାଉଛନ୍ତି ସିଆରପିଏଫ କର୍ମଚାରୀ।

ଅନୁଷ୍ଠିତ ଶିବିରରେ ୧୦ ଖଣ୍ଡ ପଞ୍ଚାୟତର ଜନ ସାଧାରଣଙ୍କୁ ସୋଲାର ଲାଇଟ,ପାଣି ଡ୍ରମ, ତାରପୋଲିଂ ବଣ୍ଟନ କରାଯିବା ସହ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ ଶିବିରରେ ଜନ ସାଧାରଣ ସାମିଲ ହେବା ସହ ଛାତ୍ରଛାତ୍ରୀ ଓ ଜନ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.