ETV Bharat / state

ସୂଚନା ନଦେଇ ଛଡାଗଲା କେନାଲ ପାଣି, ୧୦୦ ଏକରରୁ ଊର୍ଦ୍ଧ୍ୱ ଚାଷ ନଷ୍ଟ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ତରଂଜା ଗାଁ ଓ ଆଖପାଖ ଅଞ୍ଚଳରେ ଇନ୍ଦ୍ରାବତୀ କେନାଲ ପାଣି ମାଡି ଯାଇ ବ୍ୟାପକ ଫସଲ ନଷ୍ଟ । ଏନେଇ ତରଂଜା ଗାଁର ପ୍ରାୟ ୩୫ ଜଣ ଚାଷୀଙ୍କ ପ୍ରାୟ ୧୦୦ ଏକରରୁ ଊର୍ଦ୍ଧ୍ୱ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଆହୁରି ପଢନ୍ତୁ...

crop damage caused by canal flooding
କେନାଲ ପାଣି ମାଡ଼ି ଯିବାରୁ ବ୍ୟପକ ଫସଲ ନଷ୍ଟ
author img

By

Published : Mar 12, 2020, 11:03 PM IST

କଳାହାଣ୍ଡି: କେନାଲ ପାଣି ମାଡ଼ି ଯିବାରୁ ବ୍ୟାପକ ଫସଲ ନଷ୍ଟ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ତରଂଜା ଗାଁ ଓ ଆଖପାଖ ଅଞ୍ଚଳରେ ଇନ୍ଦ୍ରାବତୀ କେନାଲ ପାଣି ମାଡି ଯାଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି ।

କେନାଲ ପାଣି ମାଡ଼ି ଯିବାରୁ ବ୍ୟପକ ଫସଲ ନଷ୍ଟ

ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ଆଗୁଆ ସୂଚନା ଅନୁଯାୟୀ ଏସବୁ ଅଞ୍ଚଳରେ କେନାଲ ପାଣି ଛଡାଯିବାର ନିୟମ ନାହିଁ । ତେବେ ଗତକାଲି ହଠାତ ପାଣି ଛଡା ଯିବାରୁ ଚାଷୀମାନଙ୍କ ମୁଗ, ଚଣା ସମେତ ଟମାଟୋ, ବାଇଗଣ, ତରଭୁଜ ଭଳି ଚାଷ ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ଫଳରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀ ମାନେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତରଂଜା ଗାଁର ପ୍ରାୟ ୩୫ ଜଣ ଚାଷୀଙ୍କ ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.