ଭବାନୀପାଟଣା: କଳାହାଣ୍ଡି ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିଭିନ୍ନ ଦାବି ନେଇ ସିପିଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ମଦନପୁର ରାମପୁର , ନର୍ଲା , କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଲୋକେ ନିର୍ଭର କରୁଛନ୍ତି । ସ୍ଵାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି କରିବା ପାଇଁ ଦାବି ହୋଇଛି । ଏହାସହ ଏକ୍ସରେ ମେସିନ ଟେକନିସିଆନ ନିଯୁକ୍ତି, ଅଲଟ୍ରାସାଉଣ୍ଡ ମେସିନ ଯୋଗାଇଦେବାକୁ ସିପିଏମ ପକ୍ଷରୁ ଦାବି କରାଯାଇଛି ।
ଏମ ରାମପୁରକୁ ରାଜସ୍ବ ସବଡିଭିଜନ ଦାବି ନେଇ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସିପିଏମର କର୍ମକର୍ତ୍ତା ସହ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ