ETV Bharat / state

ନର୍ସିଂ କଲେଜରେ ନିୟମ ଉଲ୍ଲଙ୍ଘନ, ଜମୁଛି ନାଚଗୀତର ଆସର

author img

By

Published : May 9, 2021, 8:55 PM IST

Updated : May 9, 2021, 9:20 PM IST

କୋରୋନା ଗାଇଡଲାଇନର ଖୁଲମଖୁଲା ଉଲ୍ଲଙ୍ଘନ । ହାତ ଧରାଧରି ହୋଇ ନାଚୁଛନ୍ତି ଛାତ୍ରଛାତ୍ରୀ । ଲାଗୁଛି କୋରୋନାର ଭୟ ଆଉ ନାହିଁ । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

covid19-guideline-violation
ନର୍ସିଂ କଲେଜରେ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ, ଜମିଛି ନାଚ ଗୀତର ଆସର

ଭବାନୀପାଟଣା: କୋରୋନା ଗାଇଡଲାଇନର ଖୁଲମଖୁଲା ଉଲ୍ଲଙ୍ଘନ । ହାତ ଧରାଧରି ହୋଇ ନାଚୁଛନ୍ତି ଛାତ୍ରଛାତ୍ରୀ । ଲାଗୁଛି କୋରୋନାର ଆଉ ନାହିଁ ଭୟ । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ କଲେଜର ଏକ ଉତ୍ସବରେ ଭାଗ ନେଇଥିଲେ। ଭାଇରାଲ୍ ଭିଡିଓରେ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ଉତ୍ସବ ଆୟୋଜନ କରାଯାଇଥିବେ ଦେଖିବାକୁ ମିଳିଛି। ଯେଉଁଥିରେ ସାମାଜିକ ଦୂରତା, ମାସ୍କ ପରିଧାନ ଭଳି କଟକଣାର ଉଲ୍ଲଙ୍ଘନ କରି ନୃତ୍ୟ ଓ ଭୋଜିଭାତର ଆସର ଜମିଥିଲା। ସବୁଠାରୁ ବଡ କଥା ହେଉଛି ଯେ, ଆୟୋଜିତ ଉତ୍ସବ ପାଇଁ ସିଡିଏମଓ କିମ୍ବା ଏଡିଏମଓଙ୍କ ଅନୁମତି ପ୍ରଦାନ ହୋଇ ନ ଥିବା ଜଣାପଡିଛି । ନିକଟରେ ଜିଲ୍ଲାର କୋଭିଡ ହସ୍ପିଟାଲ ରହିଛି । ସେହିପରି ନର୍ସିଂ ସ୍କୁଲର ତରୁଣୀ ଦେଇ (ଟ୍ୟୁଟର), ଦିଲୀପ ଚଣ୍ଡୀ(କିରାଣୀ ), ଇନଚାର୍ଜ ଅମିତା ଦାସ ଉପସ୍ଥିତ ଥିଲେ l ହେଲେ ଅମିତା କହିଛନ୍ତି ଯେ, ଆୟୋଜନ ପାଇଁ ତାଙ୍କୁ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ନାହିଁ | ହେଲେ ନୃତ୍ୟ କିମ୍ବା ଭୋଜିର ଆୟୋଜନ ହୋଇ ନ ଥିଲା। ଯେତେବେଳେ କି ଛାତ୍ରଛାତ୍ରୀ ସୋସିଆଲ ମିଡ଼ିଆରେ ନୃତ୍ୟ ଓ ଉତ୍ସବର ଭିଡିଓ ପୋଷ୍ଟ କରି ଭାଇରାଲ କରିଛନ୍ତି।

କଳାହାଣ୍ଡି କୋଭିଡ ହସ୍ପିଟାଲ ପାର୍ଶ୍ବରେ ପାଖାପାଖି ୧୮୦ ଛାତ୍ରଛାତ୍ରୀଙ୍କ ସମାଗମ ଶିକ୍ଷା ଅନୁଷ୍ଠାନମାନଙ୍କରେ ଜାରି କୋଭିଡ କଟକଣାର ଉଲଂଘନ ସଂକ୍ରମଣ ଆଶଙ୍କାକୁ ଦର୍ଶାଉଛି। ସାଧାରଣ ଲୋକେ ଆଇନ ଉଲ୍ଲଂଘନ କଲେ ଜରିମାନା ଓ ଟଙ୍କା ଆଦାୟ କରାଯାଉଥିବା ବେଳେ ଦାୟିତ୍ଵରେ ଥିବା ସରକାରୀ କତୃପକ୍ଷ ପାଇଁ ମାଫ୍ କାହିଁକି ? ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

କଳାହାଣ୍ଡିରୁ ଆଜିତ ସିଂ,ଇଟିଭି ଭାରତ

Last Updated : May 9, 2021, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.