ETV Bharat / state

ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା

author img

By

Published : Jun 9, 2021, 5:38 PM IST

ସାବିତ୍ରୀ ପାଇଁ କଳାହାଣ୍ଡି ବଜାରରେ ପ୍ରବଳ ଭିଡ । ବ୍ରତ ସାମଗ୍ରୀ ସାଙ୍ଗକୁ ଘରକୁ ସଂକ୍ରମଣ କିଣି ନେଉଛନ୍ତି ଲୋକ । ଅଧିକ ପଢନ୍ତୁ...

ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା
ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା

ଭବାନୀପାଟଣା: ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରିଛନ୍ତି ସରକାର । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା
ତେବେ ରାତି ପାହିଲେ ସାବିତ୍ରୀ ଓଷା ଥିବାରୁ ଭବାନୀପାଟଣା ସହରର ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପୂଜା ସାମଗ୍ରୀ ସାଙ୍ଗକୁ ଯେପରି ଲୋକେ କୋରୋନା କିଣୁ ନେଉଛନ୍ତି, ସେପରି ପରିଲକ୍ଷିତ ହେଉଛି । ବର୍ତ୍ତମାନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବାରୁ ଘରେ ରହିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ନେଇ ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ ହାଟର ଏ ଦୃଶ୍ୟ ହିଁ ବୟାନ କରୁଛି ବାସ୍ତବରେ ଲୋକେ କେତେ ସଚେତନ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.