ETV Bharat / state

ଧାନ ଖଳାରେ ବ୍ୟାପକ ଦୁର୍ନୀତି, ପାଉଣା ନମିଳିବାରୁ ଧାରଣାରେ ଚାଷୀ

author img

By

Published : Sep 18, 2022, 1:59 PM IST

କଳାହାଣ୍ଡି ଜିଲ୍ଲାରେ ଧାନ ଖଳାରେ ଦୁର୍ନୀତି ହୋଇଥିବା ନେଇ ଚାଷୀଙ୍କ ଅଭିଯୋଗ । ଏହାକୁ ବିରୋଧ କରି କର୍ଲାମୁଣ୍ଡା ବ୍ଲକ ସମ୍ମଖରେ ଧାରଣାରେ ବସିଛନ୍ତି ଚାଷୀ ଏବଂ ଶ୍ରମିକ । ଅଧିକ ପଢନ୍ତୁ

ଧାନ ଖଳାରେ ବ୍ୟାପକ ଦୁର୍ନୀତି
ଧାନ ଖଳାରେ ବ୍ୟାପକ ଦୁର୍ନୀତି

ଭବାନୀପାଟଣା: ଧାନ ଖଳାରେ ବ୍ୟାପକ ଦୁର୍ନୀତି(Corruption in Dhana Khala Money)। ଚାଷୀଙ୍କୁ ପକ୍କା ଧାନ ଖଳା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ସରକାର । କଳାହାଣ୍ଡି ଜିଲ୍ଲାରେ ଧାନଖଳା ଟଙ୍କା ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଯାହାକୁ ବିରୋଧ କରି ଚାଷୀ ଓ ଶ୍ରମିକମାନେ କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଣୀପଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି: ଧାନ ଖଳା ଟଙ୍କା ଚଳୁ କରିଦେଲେ ବିଭାଗୀୟ ଅଧିକାରୀ !

ଧାନ ଖଳାରେ ବ୍ୟାପକ ଦୁର୍ନୀତି

ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତରେ ଧାନ ଖଳା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ । ହେଲେ କାମ ଶେଷ ହେବା ପରେ ମଧ୍ୟ ପାଉଣା ମିଳିପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀଙ୍କ ସୁବିଧା ପାଇଁ ପ୍ରତ୍ୟେକ ପଞ୍ଚାୟତ ଖଳା ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ କର୍ଲାମୁଣ୍ଡା ବ୍ଲକ ୧୨ଟି ପଞ୍ଚାୟତରେ ଏହି ଖଳା ନିର୍ମାଣ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରି ଖଳା ନିର୍ମାଣ କରିଥିଲେ । ହେଲେ ନିର୍ମାଣ ସରିବା ପରେ ବ୍ୟୟ ବରାଦ ହୋଇଥିବା ଟଙ୍କା ନମିଳିବାରୁ ଏନେଇ ବାରମ୍ବାର ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଚାଷୀ ଓ ଖଳା ନିର୍ମାଣରେ ନିୟୋଜିତ ଶ୍ରମିକମାନେ କର୍ଲାମୁଣ୍ଡା ବ୍ଲକ ସମ୍ମଖରେ ଧାରଣାରେ ବସିଛନ୍ତି । ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଚାଷୀ ।

ଏନେଇ ଚାଷୀ ଅଭିଯୋଗ କରି କହିଛନ୍ତି ଯେ," ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ସେପ୍ଟେମ୍ବର 2020ରେ କର୍ଲାମୁଣ୍ଡା ବ୍ଲକ ୧୨ ଟି ପଞ୍ଚାୟତରେ ଧାନ ଖଳା ପାଇଁ ଚିଠି ଆସିଥିଲା । ସେଥିମଧ୍ୟରୁ 6ଟି ସ୍ଥାନରେ ଖଳା ନିର୍ମାଣ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେହି ବିଲ୍ ପାଇପାରୁନାହୁଁ । ଯାହାଫଳରେ ଚାଷୀ ଏବଂ ଶ୍ରମିକମାନେ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟା ନେଇ ବାରମ୍ବାର ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲୁ । କିନ୍ତୁ କେହି କର୍ଣ୍ଣପାତ କରିପାରିନଥିଲେ । ଏନେଇ ଆମେ ଆଜି ଧାରଣାରେ ବସିଛୁ । କର୍ଲାମୁଣ୍ଡା ଗୋଷ୍ଠୀଅଧିକାରୀ ଯଦି ସମସ୍ୟାର ସମାଧାନ କରିଦିଅନ୍ତି ତାହାଲେ ଆମେ ଚିରଉପକୃତ ହେବୁ। "

ଗତ ଜାନୁଆରୀ ମାସରେ ମଧ୍ୟ ନୟାଗଡ ରାଣୀପଡା ପଞ୍ଚାୟତରେ ଧାନଖଳାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ କଲେ ମଧ୍ୟ ତଦନ୍ତ ହେଉନଥିବା ଅଭିଯୋଗ କରିଥିଲେ ପଞ୍ଚାୟତବାସୀ। ଧାନ ଖଳା ପାଇଁ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବ୍ଲକ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.