ETV Bharat / state

କୋରୋନା ଆତଙ୍କ: ଗୁଜବ କରି ଗିରଫ ହେଲେ ଶିକ୍ଷକ

author img

By

Published : Mar 15, 2020, 9:59 PM IST

କୋରୋନା ନେଇ ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଧିକ ପଢନ୍ତୁ...

Corona terror: Rumored teacher arrested
କୋରୋନା ଆତଙ୍କ: ଗୁଜବ କରି ଗିରଫ ହେଲେ ଶିକ୍ଷକ

କଳାହାଣ୍ଡି: କୋରୋନା ନେଇ ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗରେ ଶିକ୍ଷକ ଗିରଫ। ଗିରଫ ଶିକ୍ଷକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ଗାଁର ବିନ୍ଦୁ ମହାନନ୍ଦ ।

କୋରୋନା ଆତଙ୍କ: ଗୁଜବ କରି ଗିରଫ ହେଲେ ଶିକ୍ଷକ

ସୂଚନାନୁସାରେ, ଶନିବାର ଖଲିଆକାନି ଗାଁର ଜଣେ ଯୁବକ ବେଙ୍ଗାଲୁରୁରୁ ଘରକୁ ଫେରିଥିଲେ । ତାଙ୍କୁ କୋରୋନା ହୋଇଥିବାରୁ ସେ ନିଜ ଘରେ ଏକ କୋଠରୀରେ କବାଟ ବନ୍ଦ କରି ରହିଥିବା ସୋସିଆଲ ମିଡିଆରେ ଭାଇରାଲ ଗୁଜବ କରିଥିଲେ ବିନ୍ଦୁ । ଏହି ଗୁଜବ ଭାଇରାଲ ହେବା ପରେ ଗୋଲାମୁଣ୍ଡା ଏବଂ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ପରେ ପୋଲିସ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଧର୍ମଗଡ ଏସଡିପିଓ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିନ୍ଦୁ ମହାନନ୍ଦ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.