ETV Bharat / state

କୋରୋନାରେ ମୃତ୍ୟୁ ପରେ ପରିବାର କଲେ ପର, ଅନ୍ତିମ ସଂସ୍କାର କଲା ସାମାଜିକ ସଂଗଠନ

author img

By

Published : May 14, 2021, 7:11 AM IST

କୋରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ପରେ ଛୁଇଁଲେନି ଗ୍ରାମବାସୀ କିମ୍ବା ପରିବାର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଅଧିକ ପଢନ୍ତୁ...

corona-fear-relatives-did-not-come-to-complete-cremation
କୋରୋନାରେ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ, ଶବସତ୍କାର କଲା ସାମାଜିକ ସଂଗଠନ

ଭବାନୀପାଟଣା: ହଜି ଯାଇଛି ମାନବିକତା ମରି ଯାଇଛି ମଣିଷ ପଣିଆ । କୋରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ପରେ ଛୁଇଁଲେନି ଗ୍ରାମବାସୀ କିମ୍ବା ପରିବାର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

ଜିଲ୍ଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ସାହାଜପାଟି ଗାଁର ଜନୈକ ବ୍ୟକ୍ତିର କୋରୋନାରେ ମୃତ୍ୟୁ ହେବା ପରେ ସମ୍ପୃକ୍ତ ମୃତକର ଅନ୍ତିମ ସଂସ୍କାର କରିବାକୁ କେହି ରାଜି ହୋଇନଥିଲେ । ଏପରିକି ପରିବାର ଲୋକେ ମଧ୍ୟ ଛୁଇଁ ନଥିଲେ । ପରିଶେଷରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ସ୍ବର୍ଗଦ୍ବାର ସେବା ସଂଗଠନରକୁ ଫୋନ କରି ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ ।

ଖବର ପାଇ ସଂଗଠନର କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର, ପଲମ ଫାଣ୍ଡି ଏଏସଆଇ ଅସିତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.