ETV Bharat / state

କୋରୋନା କଟକଣାରେ ଦୀପାବଳି ପାଳିଲେ କଳାହାଣ୍ଡିବାସୀ

ବାଣ ଫୁଟାଇବାକୁ ବାରଣ କରାଯିବା ପରେ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳାହାଣ୍ଡି ଜିଲ୍ଲାବାସୀ । ତେଣୁ ମାଟିର ବିଭିନ୍ନ କିଶମର ଦୀପ କିଣିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

corona-effect,the people of Kalahandi celebrated Diwali
କୋରୋନା କଟକଣାରେ ଦୀପାବଳି ପାଳିଲେ କଳାହାଣ୍ଡି ବାସୀ
author img

By

Published : Nov 14, 2020, 8:25 PM IST

ଭବାନୀପାଟଣା: ବାଣ ଫୁଟାଇବାକୁ ବାରଣ କରାଯିବା ପରେ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳାହାଣ୍ଡିବାସୀ । ତେଣୁ ମାଟିରେ ବିଭିନ୍ନ କିସମର ଦୀପ କିଣିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

କୋରୋନା କଟକଣାରେ ଦୀପାବଳି ପାଳିଲେ କଳାହାଣ୍ଡି ବାସୀ
ଯଦିଓ ବିଗତ ବର୍ଷ ପରି ଲୋକଙ୍କ ଏତେଟା ଭିଡ଼ ଜମୁନାହିଁ ତଥାପି ଦୀପ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଏଥିସହ କାଉଁରିଆ କାଠି, ଆଖୁ ଓ ପୂଜା ପାଇଁ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଲୋକେ କିଣାବିକା କରିଥିଲେ ।

ସେହିପରି ଆଲୋକରେ ହାଟବଜାର ଝଲସି ଉଠିଛି । କୋରୋନା କଟକଣା ମଧ୍ୟରେ କେଉଁଠି କାଁ ଭାଁ ବାଣ ଫୁଟାଇ ଥିବାବେଳେ ଅତି ନିରାଡ଼ମ୍ବର ଭାବେ ଦୀପାବଳି ପାଳନ କରୁଛନ୍ତି ଲୋକେ ।

ପ୍ରତିବର୍ଷ କଳାହାଣ୍ଡିରେ ପ୍ରାୟ କୋଟିଏ ଟଙ୍କାର ବାଣ କାରବାର ହେଉଥିବାବେଳେ ଚଳିତବର୍ଷ ବନ୍ଦ ରହିଥିଲା ବାଣ ବଜାର । ତଥାପି କୋରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସ୍ୱାଗତ କରିଛନ୍ତି ଲୋକେ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.