ETV Bharat / state

ପୁରୁଣା ପେନସନ ନୀତି ଲାଗୁ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା

author img

By

Published : Oct 30, 2022, 11:51 AM IST

ପୁରୁଣା ପେନସନ ନୀତି ଲାଗୁ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା। ନୂତନ ପେନସନ ବ୍ୟବସ୍ଥା-୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ପୁରୁଣା ପେନସନ ନୀତି ଲାଗୁ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା
ପୁରୁଣା ପେନସନ ନୀତି ଲାଗୁ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା

ଭବାନୀପାଟଣା: ପୁରୁଣା ପେନସନ ନୀତି ଲାଗୁ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା । ନୂତନ ପେନସନ ବ୍ୟବସ୍ଥା-୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା (Old Pension scheme)ଲାଗୁ କରିବା ଦାବିରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ପେନ୍ ବଦଳରେ ମାଇକ ଧରି ଚାଲିଛି ନିଜ ହକ୍ ପାଇଁ ଲଢେଇ । କାରଣ ଶିକ୍ଷକ ଜଣକ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ସମାଜ ପାଇଁ କାମ କରି ଆସୁଛନ୍ତି । ତଥାପି ସରକାର ଏମାନଙ୍କ ସମସ୍ୟା ଓ ଅଭିଯୋଗକୁ ସରକାରୀକଳରେ ଅଣଦେଖା କରୁଛନ୍ତି । ଶିକ୍ଷକଙ୍କ ଦାବିକୁ ଅଣଦେଖା କରୁଛନ୍ତି ସରକାର । ଶେଷରେ ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ ସଂଘ ।

ଏହି ଧାରଣାରେ ଜିଲ୍ଲାର ୧୩ ଗୋଟି ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ପୁରୁଣା ପେନସନ ଲାଗୁ କରିବା, ଏକ୍ସକେଡ଼ର ଶିକ୍ଷକ ମାନଙ୍କ ଠିକ ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି କରିବା ଆଦି ଦାବି ନେଇ ଧାରଣା ଦେଇଛନ୍ତି । ତେଣୁ ଯଥାଶୀଘ୍ର ସରକାର ଶିକ୍ଷକ ମାନଙ୍କୁ ସେମାନଙ୍କ ହକ ନଦେଲେ ଆଗାମୀ ଦିନରେ ବିଧାନସଭା ଘେରାଉ ହେବାସହ ଗାନ୍ଧୀ ମାର୍ଗରେ ଶିକ୍ଷକ ସଂଘ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ସଙ୍ଘ କର୍ମକର୍ତ୍ତା । ତେବେ ଦେଖିବାର କଥା ସରକାର ଶିକ୍ଷକ ସମାଜର ଏ ଦାବିକୁ କେତେ ଗୁରୁତ୍ୱ ଦେଉଛନ୍ତି ।

ରାଜ୍ୟ ସରକାର କେବଳ ପ୍ରାଥମିକ ଶିକ୍ଷକଙ୍କୁ ଛାଡି ଅନ୍ୟ ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ୨୦୦୧ ମସିହାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାରେ ଏହି ଶିକ୍ଷକମାନେ ଅଣ୍ଟା ଭିଡିଥିଲେ। ଦୀର୍ଘ ୨୨ ବର୍ଷ ଧରି ଅବିରତ କାମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ହକ୍ ମିଳିନାହିଁ ।

2013 ପୂର୍ବରୁ ଚୁକ୍ତି ଭିତ୍ତିକ ଭାବରେ ଚାକିରୀ କରୁଥିବା ପ୍ରାଥମିକ ଶିକ୍ଷକଙ୍କୁ ଏନପିଏସ ମାନ୍ୟତା ଦେଇ ସରକାର ନୂତନ ପେନସନ ଯୋଜନା ଏମାନଙ୍କ ପାଇଁ ଲାଗୁ କରିଛନ୍ତି ।ଯାହାକୁ ଏମାନେ ଅଗ୍ରାହ୍ୟ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଛନ୍ତି । ସେହିପରି ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଚାକିରୀ ସୁବିଧା ଦେବାକୁ ଦାବି କରିଛନ୍ତି ପ୍ରାଥମିକ ଶିକ୍ଷକ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.