ଭବାନୀପାଟଣା: ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି (Hundred years of Odisha congress) ଅବସରରେ କଂଗ୍ରେସ ପାଳନ କରୁଛି ସଂକଳ୍ପ ସମାବେଶ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ (Kalahandi District Congress) ପକ୍ଷରୁ ସଂକଳ୍ପ ସମାବେଶ ଆୟୋଜନ ମଧ୍ୟ ହୋଇଛି। ଏଥିରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା କହ୍ନେୟା କୁମାର (Congress Leader Kanhaiya Kumar) ଓ ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନି (Jignesh Mewani) ।
ଏହି ସମାବେଶରେ କଂଗ୍ରେସ ନେତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ବିଶେଷ କରି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟ ସରକାର କାହିଁକି ଏ ପର୍ଯ୍ୟନ୍ତ ବହିଷ୍କାର କରି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟରେ ନାରୀ ସୁରକ୍ଷା ଓ ଅପରାଧ ବୃଦ୍ଧିକୁ ରାଜ୍ୟ ସରକାର ରୋକିବାରେ ଫେଲ ପାରିଥିବା ଅଭିଯୋଗ କରିଛନ୍ତି କହ୍ନେୟା କୁମାର।
ସେହିପରି କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଦର ଦାମ ବୃଦ୍ଧି ସାଙ୍ଗକୁ ରାଜ୍ୟ ସରକାର ଚାଷୀମାରଣା ନୀତିକୁ କଡା ସମାଲୋଚନା କରିବା ସହ ପଡୋଶୀ ରାଜ୍ୟ ଛତିଶଗଡରେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୨୫ ଶହ ଟଙ୍କା ପ୍ରଦାନ କରାଯାଉଛି। ଅଥଚ ଓଡିଶାରେ ଚାଷୀ ମାନଙ୍କ ଠାରୁ ଓଲଟା ସରକାର ମଣ୍ଡିରେ ଲୁଟ କରୁଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା। ତେଣୁ ଆଗାମୀ ଦିନରେ ସମଗ୍ର ଭାରତ ବର୍ଷରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ।
ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି ସମାବେଶ କେସିଙ୍ଗା ଠାରେ ଆୟୋଜିତ ହୋଇଥିଲା । ସମାବେଶରେ କହ୍ନେୟା କୁମାର ଜିଗ୍ନେଶ ମେୱାନି ଛତିଶଗଡ ରାଜ୍ୟ ଅବକାରୀ ଉଦୌଗ ମନ୍ତ୍ରୀ କାବାସୀ ଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ଶହ ଶହ ସଂଖ୍ୟାରେ କଂଗ୍ରେସ ନେତା କର୍ମୀ ମଧ୍ୟ ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ